ପାତ୍ରପୁର, ୬।୧୧(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ଆଦିବାସୀ ଅଧୁଷିତ ବୁରାତାଲ ପଂଚାୟତ ହରିଡ଼ାପାଟୁ ଗ୍ରାମରେ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା ବେଳେ ଏବେ ଗ୍ରାମର ଟୁଡୁକା ନାୟକ, ଜାଗିଲି ନାୟକ, ରାଧା ନାୟକ, ଗୌରୀ ନାୟକ, ଗୀତା ନାୟକ, ଚୈତନ୍ୟ ନାୟକ, ରଜନୀ ନାୟକ, ମାର୍କଣ୍ଡ ନାୟକ, ମାଳତୀ ନାୟକ, ମୁନା ନାୟକ, ସମ୍ବାରି ନାୟକ, ଅର୍ଜୁନ ନାୟକ, ଶ୍ରୀମତୀ ନାୟକ, ଦେବାଶିଷ ନାୟକ, ମଙ୍ଗଳା ନାୟକ ପ୍ରମୁଖ ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା, କାଶ ହୋଇଥିବା ଜଣାପଡ଼ିଛି । ଗ୍ରାମକୁ ଯିବା ପାଇଁ ରାସ୍ତା ଭଲ ନଥିବା ବେଳେ ଚିକିତ୍ସା ପାଇଁ ବୋହି ଆଣିବାରେ ଅସୁବିଧା ହେଉଛି ସ୍ୱାସ୍ଥ୍ୟ କର୍ମୀ ଗ୍ରାମରେ ପହଞ୍ଚି ଚିକିତ୍ସା କଲେ ବିଶେଷ ଉପକୃତ ହେବେ ବୋଲି ଆଦିବାସୀମାନେ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ବୁରାତାଲ ପଞ୍ଚାୟତ ଅଧିନ ହରିଡ଼ାପାଟୁ ଗ୍ରାମଟି ପାହାଡ଼ ଉପରେ ରହୁଥିବା ବେଳେ ସେଠାରେ ପ୍ରାୟ ୩୫ରୁ ଉର୍ଦ୍ଧ ପରିବାର ବସବାସ କରୁଥିଲେ । ଗତ ତିତଲି ବାତ୍ୟା ପରେ ହରିଡ଼ାପାଟୁର ପ୍ରାୟ ବାର ପରିବାର ଧାଡ଼ିଆମ୍ବ ନିକଟ ପାହାଡ଼ ତଳେ ଆସି ବସବାସ କରୁଛନ୍ତି । ତୁରନ୍ତ ଗ୍ରାମରେ ଡ଼ାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା କରାଇବା ପାଇଁ ଦାବି ହୋଇଛି ।