ସୁଆମ ଶାସନରେ ରାହାସ ପୂଜା ପାଇଁ ଉତ୍ସବ ମୁଖର

ପାଟଣା,୩।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସୁଆମ ଶାସନରେ କାର୍ତ୍ତିକ ମାସ ଏକାଦଶୀ ଠାରୁ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ପୂଜା ଅନୁଷ୍ଠିତ ହୋଇଛି। କର୍ତ୍ତାଭାବେ ଦୁର୍ଗାମାଧବ ପତି ଶସ୍ତ୍ରିକ ପୂଜା ଅର୍ଚ୍ଚନା କରିଥିବା ବେଳେ ପଣ୍ଡିତ ପ୍ରମୋଦ କୁମାର ଦାଶ, ସୁଶାନ୍ତ ଶେଖର ଦାଶ, ମନରଞ୍ଜନଦାଶ ନୀତି କାନ୍ତିରେ ଦେବ ନୀତି ସମ୍ପାଦନ କରିଚ୍ଛନ୍ତି। ଧର୍ମମାସ କାର୍ତ୍ତିକ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ରବିବାରଠାରୁ ବୁଧବାର ପର୍ଯ୍ୟନ୍ତ ଭଜନ, କଣ୍ଢେଇ ନାଚ,ଭଜନ ସମାରୋହ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସଭାପତି ଚିରଞ୍ଜିବି ଦାଶ ପ୍ରକାଶ କରିଛନ୍ତି। ରାହାସ ପୂଜାକୁ ଗ୍ରାମର ଯୁବକ ଚିରଞ୍ଜିବୀ ଦାଶ, ଆର୍ଯ୍ୟ ପ୍ରସାଦ ଦାଶ, ତୁଷାର ଦାଶ, ଗୁଲୁ ତ୍ରିପାଠୀ, ପ୍ରକାଶ ଦାଶ, ଭବତୋଶ ଶତପଥି, ଶକ୍ତି ଶେଖର କର,ସିଦ୍ଧାର୍ଥ କୁମାର ଦାଶ, ସମିର ଦାଶ, ଶୁଭମ ପତି, ଅରୁଣ କୁମାର ଦାଶ, ସୌମ୍ୟରଞନ ଦାଶ, ଭାଗିରଥି ଦାଶ,ସୁମିତ କୁମାର ପତି, ରମ୍ୟ ରଞ୍ଜନ ମିଶ୍ର ଓ ପବନ କୁମାର କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଉଛି।

Dharitri – Odisha’s No.1 Odia Daily