Sri Lanka's Vishwa Fernando celebrates the dismissal of South Africa's Lutho Sipamla during the second day of the second Test cricket match between South Africa and Sri Lanka at the Wanderers stadium in Johannesburg on January 4, 2021. (Photo by PHILL MAGAKOE / AFP) (Photo by PHILL MAGAKOE/AFP via Getty Images)
ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ବୃହତ୍ ଅଗ୍ରଣୀ ହାସଲ କରିଛି। ସୋମବାର ଥିଲା ମ୍ୟାଚର ଦ୍ୱିତୀୟ ଦିବସ। ଫର୍ନାଣ୍ଡୋ (୫/୧୦୧)ଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏକଦା ୨୧୮/୧ ସ୍ଥିତିରେ ଥିବା ଘରୋଇ ଦଳ ଚା’ପାନ ବିରତି ପୂର୍ବରୁ ୩୦୨ ରନରେ ଅଲଆଉଟ ହୋଇଯାଇଥିଲା। ଏହା ସତ୍ତ୍ୱେ ପ୍ରଥମ ଦିବସରେ ୧୫୭ ସ୍କୋରରେ ଅଲଆଉଟ ହୋଇଥିବା ଶ୍ରୀଲଙ୍କାଠାରୁ ଦଳ ପ୍ରଥମ ଇନିଂସରେ ୧୪୫ରନ ଅଗ୍ରଣୀ ଲାଭ କରିପାରିଥିଲା। ଭ୍ରମଣକାରୀ ଦଳର ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ଷ୍ଟମ୍ପ୍ସ ଅପସାରଣ ବେଳକୁ ୪ଉଇକେଟ ବିନିମୟରେ ୧୫୦ରନ କରିଛି। ଅଧିନାୟକ ଦିମୁଥ କରୁଣାରତ୍ନେ ୯୧ ଓ ଉଇକେଟକିପର ନିରୋଶାନ ଡିକ୍ଓ୍ବେଲା ୧୮ରନ କରି ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା ୫ରନ ଅଗ୍ରଣୀ ଲାଭ କରିଛି।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୧୫୭
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ : ୩୦୨ (ଡିନ୍ ଏଲ୍ଗାର-୧୨୭, ରସି ଭାନ୍ଡର ଡସେନ-୬୭, ବିଶ୍ୱ ଫର୍ନାଣ୍ଡୋ-୫/୧୦୧, ଦାସୁନ ସାନକା-୨/୪୨, ଆସିଥା ଫର୍ନାଣ୍ଡୋ-୨/୬୧)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୧୫୦/୪ (ଦିମୁଥ କରୁଣାରତ୍ନେ-୯୧*, ଲାହିରୁ ଥିରୁମାନେ-୩୧, ଲୁନ୍ଗି ଏନ୍ଗିଡି-୩/୨୬)।