୧୮ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବୁଗୁଡା,୧୧ା୮(କାଳିଚରଣ ଦାଶ): ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜନୈକ ଫେରାର ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପିଳା ନାଇକ (୫୩)। ଏ ନେଇ ଜିଆର ନଂ ୩୭୬/୨୦୦୭ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା କହିଛନ୍ତି। ୨୦୦୭ରେ ଏକ ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଥାଇ କପିଳା ଦୀର୍ଘ ୧୮ ବର୍ଷ ଧରି ଫେରାର ଥିଲେ।