କିଏ ସେ ଜ୍ୟୋତି? ଭାରତରେ ରହି ପାକିସ୍ତାନର ସାଜିଥିଲେ ଗୁପ୍ତଚର, ହେଲା ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ,୧୭।୩: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ହିସାରରୁ ପୋଲିସ ଜ୍ୟୋତି ମାଲହୋତ୍ରା ନାମକ ଜଣେ ମହିଳା ୟୁଟ୍ୟୁବରଙ୍କୁ ଗିରଫ କରିଛି। ଜ୍ୟୋତିଙ୍କ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିଲେ। ତାଙ୍କୁ ନ୍ୟୁ ଅଗ୍ରସେନ ଏକ୍ସଟେନଶନ ଅଞ୍ଚଳରୁ ଗିରଫ କରାଯାଇଛି। ସେ ‘ଟ୍ରାଭେଲ ୱିଥ ଜୋ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି। ଏହା ବ୍ୟତୀତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୋଲିସ ସୂଚନା ଦେଇ କହିଛି, ୨୦୨୩ ମସିହାରେ ଜ୍ୟୋତି ତାଙ୍କ ଟ୍ରାଭେଲ ଚ୍ୟାନେଲ ’ଟ୍ରାଭେଲ ୱିଥ ଜୋ’ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ। ଏହି ସମୟରେ ସେ ପାକିସ୍ତାନ ହାଇକମିଶନକୁ ମଧ୍ୟ ଯାଇଥିଲେ। ଯେଉଁଠାରେ ସେ ପାକିସ୍ତାନର ଅନେକ ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଭେଟିଥିଲେ। ଏଠାରେ ତାଙ୍କର ସାକ୍ଷାତ ଆହସାନ ଉର ରହିମ ଓରଫ ଦାନିଶଙ୍କ ସହିତ ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ପରେ ଜ୍ୟୋତି ମଧ୍ୟ ଦୁଇଟି ଥର ପାକିସ୍ତାନ ଗସ୍ତ କରିଥିଲେ।
ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ପରାମର୍ଶରେ ଜ୍ୟୋତି ପାକିସ୍ତାନରେ ଥିବା ISI ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ସେବେଠାରୁ ସେ ଲଗାତାର ପାକିସ୍ତାନକୁ ଭାରତ ବିରୋଧୀ ସୂଚନା ପଠାଉଥିଲେ। ସେ ଭାରତର ସାମରିକ ଅପରେସନ ଅପରେସନ ସିନ୍ଦୂର ସମେତ ସେନା ସହ ଜଡିତ ଅନେକ ଗୁପ୍ତ ସୂଚନା ପାକିସ୍ତାନକୁ ପଠାଇଥିଲେ।
ପାକିସ୍ତାନ ହାଇକମିଶନର ଜଣେ ଅଧିକାରୀ ଦାନିଶଙ୍କୁ ଭାରତ ସରକାର ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୋଲିସ ଦାନିଶଙ୍କ ସମ୍ପର୍କରେ ଥିବା ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରିଛି। ଜ୍ୟୋତି ମାଲହୋତ୍ରା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଦାନିଶ ଭିସା ଏବଂ ଟଙ୍କା ବାହାନାରେ ଏହି ଲୋକମାନଙ୍କୁ ଫସାଇଥିବା ଜଣାପଡ଼ିଛି।
ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ଭିସା କରାଇ ପାକିସ୍ତାନ ପଠାଇ ଥିଲେ। ଜ୍ୟୋତି ମାଲହୋତ୍ରା ପାକିସ୍ତାନକୁ ଅନେକ ଗୁପ୍ତ ସୂଚନା ପଠାଇଥିଲେ। ପଚରାଉଚରା ସମୟରେ ଜ୍ୟୋତି ସୱୀକାର କରିଥିଲେ ଯେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ମଧ୍ୟ ସମ୍ପର୍କରେ ଥିଲେ। ଗିରଫ ପରେ, ପୋଲିସ ଶନିବାର ଜ୍ୟୋତିଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତ ହେଉଛି। ମାମଲାର ତଦନ୍ତ ଜାରି ରହିଛି ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି।