Categories: Home Leftଖେଳ

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ ଫେଡେରର

ପ୍ୟାରିସ୍‌,୨୦ା୧୧: ସ୍ବିଜରଲାଣ୍ଡର ଟେନିସ୍‌ କିମ୍ବଦନ୍ତୀ ରୋଜର ଫେଡେରରଙ୍କୁ ଆସନ୍ତା ବର୍ଷ ଅଗଷ୍ଟରେ ନ୍ୟୁପୋର୍ଟଠାରେ ଇଣ୍ଟରନ୍ୟାଶନାଲ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ (ଆଇଟିଏଚ୍‌ଏଫ୍‌)ରେ ସାମିଲ କରାଯିବ। ଏ ନେଇ ଆଇଟିଏଚ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଫେଡେରରଙ୍କ ନାମରେ ୨୦ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ପ୍ରଥମ ପୁରୁଷ ଖେଳାଳି ଭାବେ ସେ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସହ ମୋଟ୍‌ ଉପରେ ୧୦୩ ଟାଇଟଲ ସହିତ ୨୦୨୨ରେ କ୍ୟାରିୟର ଶେଷ କରିଥିଲେ। ସେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ରେକର୍ଡ ଲଗାତର ୨୩୭ ସପ୍ତାହ ଧରି ନଂ.୧ ର଼୍ୟାଙ୍କ୍‌ ଅଧିକାର କରିଥିଲେ।

Dharitri – Odisha’s No.1 Odia Daily