ଟିକାକୁ ଭୟ: ନେବାକୁ ଚାହୁଁ ନାହାନ୍ତି ୬୨ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୧୯।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ତେବେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦେଶର ୬୨ ପ୍ରତିଶତ ଲୋକ ଟିକା ନେବାକୁ ଅମଙ୍ଗ ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସର୍ଭେ ସଂସ୍ଥା ଲୋକାଲ ସର୍କିଲ୍ସ୍‌ ପକ୍ଷରୁ ଦେଶର ୨୩୦ ଜିଲାର ଲୋକଙ୍କ ମତାମତ ସଂଗ୍ରହ କରାଯାଇଛି। ସର୍ଭେରେ ୧୭ ହଜାର ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେଥିମଧ୍ୟରୁ ୩୨ ପ୍ରତିଶତ ଅର୍ଥାତ୍‌ ୮,୬୫୮ ଲୋକ ଟିକା ନେବାକୁ ରାଜି ହୋଇଛନ୍ତି। ୨୨ ପ୍ରତିଶତ ଲୋକ ୩ ମାସ ଅପେକ୍ଷା କରି ଅନ୍ୟ ମାନଙ୍କଠାରେ ଟିକାର ପ୍ରତିକ୍ରିୟା ଦେଖିବାପରେ ନେବେ ବୋଲି କହିଛନ୍ତି। ସେହିପରି ୬ ପ୍ରତିଶତ ଲୋକ ସରକାରୀ ଟିକା ଉପରେ ଭରସା କରି ନାହାନ୍ତି। ବଜାରରେ ମିଳିବା ପରେ ସେମାନେ ଟିକା ନେବା ବିଷୟରେ ଚିନ୍ତା କରିବେ। ୧୪ ପ୍ରLS

Share