Aedes albopictus Mosquito. Super macro close up a Mosquito sucking human blood,
ବଡ଼ବିଲ,୨୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ୬ ବର୍ଷ ପରେ ପୁଣି ଥରେ ଡେଙ୍ଗୁ ଭୟ ଦେଖାଦେଇଛି। ବଡ଼ବିଲ ପୌରାଞ୍ଚଳ ଓ ଆଖପାଖ ପଞ୍ଚାୟତରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଖବର ବ୍ୟାପିବାରେ ଲାଗିଛି। ତେବେ ଏ ନେଇ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଡେଙ୍ଗୁ ରୋଗୀ ଚିହ୍ନଟ ନେଇ କୌଣସି ତଥ୍ୟ ନାହିଁ।
ସୂଚନା ଥାଉକି,୨୦୧୫ରେ ଡେଙ୍ଗୁ ରୋଗରେ ବଡ଼ବିଲ ତଥା କେନ୍ଦୁଝର ଜିଲାରେ ଅନେକ ମୃତ୍ୟୁମୁଖରେ ପଡ଼ିଥିଲେ। ଏଣୁ ବେଳହୁଁ ସ୍ବାସ୍ଥ୍ୟ ବିଭାଗ ସଚେତନ ହେବା ଆବଶ୍ୟକ ରହିଛି।