ମ୍ୟାନ୍‌ମାର ଗଲେ ମୃତ୍ୟୁ ଭୟ

ବ୍ୟାଙ୍କକ୍‌,୨୪ା୯: ଗତବର୍ଷ ଥାଇଲାଣ୍ଡର ଏକ ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ମ୍ୟାନ୍‌ମାର ସାମରିକ ଶାସକଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିତ୍ଲେ ମଡେଲ ଥାଓ୍ବ ନନ୍ଦାର ଅଙ୍ଗ୍‌। ହାନ୍‌ ଲେ ନାମରେ ପରିଚିତ ଏହି ମ୍ୟାନ୍‌ମାର ସୁନ୍ଦରୀଙ୍କୁ ଥାଇଲାଣ୍ଡ ଏବେ ସ୍ବଦେଶକୁ ପ୍ରତ୍ୟର୍ପଣ କରିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆସୋସିଏଟେଡ୍‌ ପ୍ରେସ୍‌କୁ ଫୋନ୍‌ କରି ହାନ୍‌ ଲେ କହିଛନ୍ତି, ସେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଏୟାରପୋର୍ଟରେ ଫସିରହିଛନ୍ତି। ସେ ଥାଇଲାଣ୍ଡରେ ରହୁଛନ୍ତି, କିନ୍ତୁ ସେଠାରୁ ବାହାରି ନିଜ ରହଣି ସମୟ ବୃଦ୍ଧି ପାଇଁ ପୁଣି ଫେରିଥିଲେ। ଭିଏଟ୍‌ନାମ ଗସ୍ତ ସାରି ବୁଧବାର ରାତିରେ ଥାଇଲାଣ୍ଡରେ ପହଞ୍ଚତ୍ଥିବାବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ପୁନଃ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି। ଏଥିପାଇଁ ହାନ୍‌ ଲେ ଜାତିସଂଘ ଶରଣାର୍ଥୀ ସଂସ୍ଥାଠାରୁ ସହାୟତା ଲୋଡ଼ିଛନ୍ତି। କାରଣ ମ୍ୟାନ୍‌ମାରକୁ ପ୍ରତ୍ୟର୍ପଣ କରାଗଲେ ଦେଶର ସାମରିକ ସରକାର ତାଙ୍କୁ କଠୋର ଦଣ୍ଡ ଦେଇପାରନ୍ତି। ପ୍ରକାଶ ଯେ, ୨୦୨୧ ଫେବୃୟାରୀରେ ମ୍ୟାନ୍‌ମାର ସେନା ତତ୍କାଳୀନ ଷ୍ଟେଟ୍‌ କାଉନ୍‌ସେଲର ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଗାଦିଚ୍ୟୁତ କରି ସାମରିକ ଶାସନ ଚଳାଇଛି। ସେବେଠୁ ଗଣତନ୍ତ୍ର ସପକ୍ଷରେ ସ୍ବର ଉତ୍ତୋଳନ କରିଥିବା ବହୁ ଲୋକଙ୍କୁ ସେନା ଗୁଳିକରି ହତ୍ୟା କରିସାରିଲାଣି।