Danga Bhasa Purnima - Kartika Purnima - Boita Bandana 2019
ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାରତର ସଫ୍ଟୱେର୍ ଇଣ୍ଡଷ୍ଟ୍ରିର ଜନକ ଭାବେ ବେଶ ଜଣାଶୁଣା। କୋହଲି MIT (Massachusetts Institute of Technology) ରୁ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ୧୯୫୧ରେ ଟାଟା ଇଲେକ୍ଟ୍ରିକ କୋରେ ଯୋଗ ଦେଇଥିଲେ। ଏହାପରେ ଦେଶର ପ୍ରଥମ ଲୋଡ ଡେସପାଚ୍ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ୧୯୬୯ ମସିହାରେ ଟାଟା ଇଲେକ୍ଟ୍ରିକ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଥିବା ବିଦ୍ୟୁତ ଲାଇନକୁ ନିୟନ୍ତ୍ରଣ କରିବା ପାଇଁ ଏକ କମ୍ପ୍ୟୁଟର ସିଷ୍ଟମ ସ୍ଥାପନ କରିବା ପରେ ଟାଟା ଗ୍ରୁପ ଡୋଏନ ଜେ.ଆର.ଡି ଟାଟା କୋହଲିଙ୍କୁ TCS ସ୍ଥାପନ କରିବାକୁ କହିଥିଲେ।
ସୂଚନାଯୋଗ୍ୟ, କୋହଲି ୧୯୨୪ ମାର୍ଚ୍ଚ ୧୯ରେ ପାକିସ୍ତାନର ପେଶଓ୍ବାରେ ଜନ୍ମଗ୍ରହଣ କରିଥିଲେ।