Categories: HomeHome Left

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ ଖାଦ୍ୟଶୈଳୀ ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଅବା ଫ୍ୟାଟ୍‌ ଜାତୀୟ ଖାଦ୍ୟ ଖାଇଲେ ତାହା ଷ୍ଟ୍ରୋକ୍‌ ଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଏକଥା ଜାଣିପାରିଛନ୍ତି। ପ୍ରାୟ ନିୟମିତ ଏଭଳି ଖାଦ୍ୟ ଖାଉଥିବା କେତେ ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ର୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ତେଲମସଲା କିମ୍ବା ଫ୍ୟାଟ୍‌ଜାତୀୟ ଖାଦ୍ୟ ହୃତ୍‌ପିଣ୍ଡର କାର୍ଯ୍ୟଧାରାକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ସବୁବେଳେ ସନ୍ତୁଳିତ ତଥା ସୁଷମ ଖାଦ୍ୟ ଯଥା ସବୁଜ ପନିପରିବା, କ୍ଷୀର, ମାଛ, ତଟକା ଫଳମୂଳ ଖାଇବା ଦରକାର। ଇବା ଦ୍ୱାରା ଆମର ଷ୍ଟ୍ରୋକ୍‌ ଶତକଡ଼ା ୧୨ ପ୍ରତିଶତ କମିଥାଏ। ତେଣୁ ମସ୍ତିଷ୍କରେ ଉନ୍ନତି ଆଣିବା ସହ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ନିହାତି ଜରୁରୀ।

Dharitri – Odisha’s No.1 Odia Daily