ଶାଳୀଙ୍କୁ ଧରି ଫେରାର୍‌ ୩ ପିଲାର ବାପା: କାନ୍ଦି କାନ୍ଦି ବେହାଲ୍‌ ସ୍ତ୍ରୀ କହିଲେ…

ପ୍ରତିଦିନ ଭିଣେଇ ଏବଂ ଶାଳୀଙ୍କ ସମ୍ପର୍କର ଅନେକ ଖବର ବାହାରକୁ ଆସୁଛି। ଉତ୍ତର ପ୍ରଦେଶର ଗୋଣ୍ଡାରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ, ତିନି ସନ୍ତାନର ବାପା ତାଙ୍କ ଶାଳୀଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
କୋତୱାଲି ଅଞ୍ଚଳ ଅନ୍ତର୍ଗତ ଚୁଙ୍ଗୀ ନାକା ମେୱାଟିଆନର ବାସିନ୍ଦା ଫରହିନ ଅଭିଯୋଗ କରିଛନ୍ତି ଯେ, ମୋ ସ୍ବାମୀ ଇମତିଆଜ ମୋ ସାନ ଭଉଣୀ ନୈନାଙ୍କ ସହିତ ଫେରାର ହୋଇଯାଇଛନ୍ତି। ଇମତିଆଜ ୨୯ ଜୁନ ଦିନ ୧ଟାରେ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଥିବା କହି ଘରୁ ବାହାରି ଯାଇଥିଲେ। କିନ୍ତୁ ପରେ ସେ ମୋ ଭଉଣୀ ସହିତ ଫେରାର ହୋଇଯାଇଛନ୍ତି।

ପୀଡିତା ଫରହିନ କହିଛନ୍ତି- ମୁଁ ଇମତିଆଜଙ୍କୁ ଅନେକ ଥର ଫୋନ କରିଥିଲି, କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ପୀଡିତା ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ଗୋଣ୍ଡା ନଗର କୋତୱାଲି ପୋଲିସରେ ଏକ ମାମଲା ରୁଜୁ କରିଛନ୍ତି।

ଫରହିନ ଆହୁରି କହିଛନ୍ତି- ଆମର ମଧ୍ୟ ତିନୋଟି ପିଲା ଅଛନ୍ତି। ଗୋଟିଏ ପିଲା ସାଢ଼େ ତିନି ବର୍ଷର, ଦ୍ୱିତୀୟ ପିଲା ୧୪ ମାସର ଏବଂ ଗୋଟିଏ ପିଲା ମାତ୍ର ଅଢ଼େଇ ମାସର। ବର୍ଷେ ହେବ ନୈନା ଏବଂ ଇମତିଆଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ମୋ ସ୍ବାମୀ ପନିପରିବା ବିକ୍ରୀ କରନ୍ତି ଏବଂ ମୋ ଭଉଣୀ ସିଲେଇ କାମ କରନ୍ତି। ମୁଁ ଚାହୁଁଛି ଦୁହେଁ ଫେରି ଆସନ୍ତୁ। ମୁଁ ପୁଣି ଇମତିଆଜଙ୍କ ସହିତ ରହିବାକୁ ପ୍ରସ୍ତୁତ।

ପୋଲିସ କହିଛ, ଆମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଉଭୟଙ୍କ ସନ୍ଧାନ ଜାରି ରହିଛି। ଖୁବ ଶୀଘ୍ର ଉଭୟଙ୍କୁ ଖୋଜାଯିବ। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି।