୫ ବର୍ଷର ଝିଅଙ୍କୁ ହତ୍ୟାକରି ବାପାଙ୍କ ଆତ୍ମହତ୍ୟା

କୋଲାର,୬ା୧୧: କର୍ନାଟକର କୋଲାର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଛାଡ଼ି ପଳାଇଯିବାରୁ ସ୍ବାମୀ ହିତାହିତ ଜ୍ଞାନ ହରାଇ ୫ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ମୃତ ଯୁବକ ଲୋକେଶ(୩୭)ଙ୍କ ଘର ମୁଲବାଗଲ ତାଲୁକ ଅନ୍ତର୍ଗତ ମଦିୟାନୁରୁ ଗ୍ରାମରେ। ତାଙ୍କ ଝିଅ ନିହାରିକା। ପାରିବାରିକ ବିବାଦକୁ ନେଇ ଲୋକେଶଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share