ନୂଆଦିଲ୍ଲୀ,୨୧।୧୧: ଦୀର୍ଘବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଆସିଥିବା ଜେଡିୟୁ ନେତା ନୀତୀଶ କୁମାର ଗୁରୁବାର ରେକର୍ଡ ୧୦ମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶ ବିହାରର ନୂତନ ସରକାରରେ ମନ୍ତ୍ରୀ ନିଯୁକ୍ତ କରାଯାଇଛି। ତାଙ୍କର ସରଳ ପୋଷାକ ଏବଂ ସହଜ ବ୍ୟବହାର ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଳରେ ଲୋକମାନେ ତାଙ୍କୁ ‘ଭାଇରାଲ ମିନିଷ୍ଟର’ ବୋଲି ଡାକିଲେ। ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ଦୀପକ ତାଙ୍କ ରାଜନୈତିକ ଦୃଷ୍ଟିକୋଣ, ମନ୍ତ୍ରୀ ଦାୟିତ୍ୱ ଏବଂ ପରିବାରବାଦ ବିଷୟରେ ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ଦେଇଥିଲେ।
ଦୀପକ ପ୍ରକାଶ କହିଛନ୍ତି, ସେ ରାଜନୀତିରେ ନୂଆ ନୁହଁନ୍ତି। ସେ ତାଙ୍କ ପିତା ଉପେନ୍ଦ୍ର କୁଶୱାହାଙ୍କୁ ପିଲାଦିନରୁ ଜନସାଧାରଣଙ୍କ ମଧ୍ୟରେ କାମ କରୁଥିବାର ଦେଖିଛନ୍ତି। ଏହା ତାଙ୍କର ପ୍ରଥମ ଥର ମନ୍ତ୍ରୀ ନିଯୁକ୍ତ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ନେତାଙ୍କ ସହ କାମ କରିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟ। ଏହା ଏକ ସମ୍ମାନ ଏବଂ ଦାୟିତ୍ୱ ଉଭୟ।
ଦୀପକ କହିଛନ୍ତି, ରାଜନୀତିରେ ପରିବର୍ତ୍ତନ ଜରୁରୀ। ଯୁବକମାନେ ପୁରୁଣା ରାଜନୀତିରୁ ଦୂରେଇ ଯାଉଛନ୍ତି। ମୁଁ ସାଧାରଣ ଲୋକଙ୍କ ସହିତ ସାକ୍ଷାତ କରିବାକୁ ଏବଂ ରହିବାକୁ ଚାହୁଁଛି।
ଦୀପକଙ୍କୁ ମନ୍ତ୍ରୀପଦ ମିଳିବା ପରେ ପରିବାରବାଦ ପ୍ରସଙ୍ଗ ଉଠିଛି। କାରଣ ଉପେନ୍ଦ୍ର କୁଶୱାହାଙ୍କ ସ୍ତ୍ରୀ ମଧ୍ୟ ଜଣେ ବିଧାୟକ ଏବଂ କୁଶୱାହା ନିଜେ ରାଜ୍ୟ ସଭା ଏମ୍ପି, ଏନେଇ ଦୀପକ କହିଚନ୍ତି. ମୋ ଯୋଗ୍ୟତାକୁ ପରିବାରବାଦ ସହିତ ଯୋଡ଼ନ୍ତୁ ନାହିଁ। ଯଦି ମୋତେ ଦାୟିତ୍ୱ ଦିଆଯାଇଛି, ତେବେ ମୁଁ ତାହା ପାଳନ କରିବି। ମୋର ଦକ୍ଷତା ଆଧାରରେ ମୋତେ ଚୟନ କରାଯାଇଥିଲା।