ବୋହୂଙ୍କୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କଲେ ଶ୍ୱଶୁର: ପଛରେ ଥିଲା ଏମିତି କାରଣ

ଧୂଷୁରୀ, ୧୯ା୯(ଦୀପ୍ତିରଞ୍ଜନ ନାୟକ): ପାରିବାରିକ କଳହକୁ ନେଇ ଜଣେ ବୃଦ୍ଧ ତାଙ୍କ ବୋହୂଙ୍କ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୁରୁବାର ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅସ୍ତକ ଗ୍ରାମରେ।
ଗ୍ରାମର ପଞ୍ଚାନନ ମଲ୍ଲିକ (୫୮) କୌଣସି କଳିଝଗଡାକୁ ନେଇ ନିଜ ବୋହୂ ଯଶୋଦା(୩୦)ଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ପକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଧୂଷୁରୀ ଏରିଆ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ପଞ୍ଚାନନ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଧୂଷୁରୀ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ଏକ ହତ୍ୟା ମାମଲା(ନଂ. ୪୪୬/ ୨୫) ଓ ଏକ ଅପମୃତ୍ୟୁ ମାମଲା(ନଂ.୩୬ /୨୫) ରୁଜୁ ହୋଇଛି।