ଧର୍ମଶାଳା,୧୩।୯(ଶିବପ୍ରାସାଦ ମହାନ୍ତି): ବାପ ଝିଅ ପବିତ୍ର ସମ୍ପର୍କରେ କଳଙ୍କ। ଏଭଳି ଏକ ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଜଣେ ବାପା ପୋଷ୍ୟ ଝିଅ ସହିତ ଶାରିରୀକ ସମ୍ପର୍କ ରଖି ତାଙ୍କୁୁ ଅନ୍ତସତ୍ତ୍ୱା କରିଦେଇଥିବା ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଧର୍ମଶାଳା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଝିଅ କରି ରଖିଥିବା ଜନୈକ ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖି ତାକୁ ଅନ୍ତସତ୍ତ୍ୱା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ଜଣେ ନାବାଳିକଙ୍କୁ ନିଜର ଝିଅ କରି ଘରେ ରଖିଥିଲେ । ବାପା ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ନାବାଳିକାଟି ତାଙ୍କର ସେବା କରି ତାଙ୍କ ଘରେ ରହୁଥିଲା । ଏହାର ସୁଯୋଗନେଇ ବାପା ଜଣଙ୍କ ଉକ୍ତ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ୫ ମାସର ଅନ୍ତସତ୍ତ୍ୱା ହୋଇଥିବା ଜଣାପଡିଛି । ତେବେ ଲୋକ ଲଜ୍ଜା ଯୋଗୁ ପୀଡିତା ଜଣଙ୍କ ନିଜ ଘରେ ଏସମ୍ପର୍କରେ ଜଣାଇ ନ ଥିଲା । ଅନ୍ୟପକ୍ଷେ କାହାରିକୁ କହିଲେ ତାଙ୍କୁ ଜୀବନରୁ ମାରିଦିଆଯିବ ବୋଲି ଅଭିଯୁକ୍ତ ବାପା ଧମକ ଦେଇଥିଲା ବୋଲି ପୀଡିତା ତାଙ୍କ ମା’ ଆଗରେ ସ୍ବିକାର କରଛନ୍ତି। ତେବେ ଏନେଇ ପୀଡିତାରଙ୍କ ମା’ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୫୭୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁୁ ଗିରଫ କରି ଡକ୍ତରୀ ମାଇନା କରିବା ପରେ କୋର୍ଟଚାଲାଣ କରାଯାଇଛି । ସେହିପରି ପୀଡିତା ନାବାଳିକାଙ୍କ ୧୬୪ ରେକର୍ଡ ବୟାନ କରାଯିବା ପାଇଁ ତାକୁ ଯାଜପୁର ଟାଉନସ୍ଥିତ ସଟଷ୍ଟେ ହୋମରେ ରଖାଯାଇଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।