ବୁଗୁଡା,୧ା୧୧(କାଳିଚରଣ ଦାଶ): ବୁଲା ଗାଈଗୋରୁଙ୍କ ଯୋଗୁ ବୁଗୁଡ଼ା ସହରର ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ଏବେ ସେମାନଙ୍କ ପ୍ରାର୍ଦୁଭାବ ଯୋଗୁ ଚାଷୀଙ୍କ ଫସଲ ହାନି ମଧ୍ୟ ଘଟୁଛି। ବୁଲା ଗାଈଗୋରୁ ପଲ ରାତିରେ ଲୋକଙ୍କ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଚାଷୀମାନେ ମିଳିତ ହୋଇ ଗାଈଗୋରୁଙ୍କୁ ଆଣି ସ୍ଥାନୀୟ ବାଗଦେବୀଙ୍କ ମନ୍ଦିର ପରିସରରେ ଅଟକାଇ ରଖି ଏନ୍ଏସି କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଦାବି କରଛନ୍ତି। ଅନ୍ୟପଟେ ମାଲିକମାନଙ୍କ ଉପରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା କହିଛନ୍ତି।