ଗଞ୍ଜାମର ଗୌରବ ଚାଷୀପୁଅ: ଜାତୀୟ ସ୍ତରରେ ଟପ୍ପର , ପ୍ରଧାନମନ୍ତ୍ରୀ କଲେ ପୁରସ୍କୃତ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିର ଚାଷୀ ସୁଦର୍ଶନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ଜାତୀୟ କୌଶଳ ତାଲିମ କେନ୍ଦ୍ର(ଏନ୍‌ଏସଟିଆଇ)ର ଇଲେକ୍ଟ୍ରିସିଆନ ଛାତ୍ର ସିଟିଆଇଏସ ପକ୍ଷରୁ ଗତ ଅଗଷ୍ଟରେ ଅନୁଷ୍ଠିତ ଅଲ ଇଣ୍ଡିଆ ଟ୍ରେଡ ଟେଷ୍ଟ(ଏଆଇଟିଟି) ଇଞ୍ଜିନିୟରିଂ ଟ୍ରେଡ କାଟୋଗୋରି ପରୀକ୍ଷାରେ ପୂର୍ବାଞ୍ଚଳ ଜୋନ୍‌ରେ ଟପ୍ପର ହୋଇ ଜାତୀୟ ସ୍ତରରେ ପ୍ରଥମସ୍ଥାନ ହାସଲ କକରିଛନ୍ତି।
ଶନିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସତନ୍ତ୍ର ଉତ୍ସବରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସୁନୀଲ କୁମାର ଗୁପ୍ତାଙ୍କ ଉପସ୍ଥିତିରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କୃତ କରିଛନ୍ତିି। ଜିତେନ୍ଦ୍ର ଗତ ୨୦୦୨ରେ ହିଞ୍ଜିଳିକାଟୁସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ପରୀକ୍ଷା ଦେଇ ପାସ କରିବା ପରେ ଭୁବନେଶ୍ୱରସ୍ଥିତ ଜାତୀୟ କୌଶଳ ବିକାଶ ତାଲିମ କେନ୍ଦ୍ରରେ ଉଚ୍ଚତର ଅଧ୍ୟୟନ କରିଥିଲେ। ସେ ଏହି ପୁରସ୍କାର ପାଇବା ପରେ ସମଗ୍ର ଓଡ଼ିଶା ତଥା ଗଞ୍ଜାମ ଜିଲାର ଗର୍ବ ବୋଲି ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ଗୌରୀ ବିଷୋୟୀ ଏବଂ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି।

Share