କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତରେ ଚାଷୀଙ୍କୁ ୟୁରିଆ ସାର ମିଳି ନ ଥିବାରୁ ଧାନ ଚାଷରେ ଘୋର ସମସ୍ୟା ଦେଖା ଦେଉଥିଲା। କୃଷିବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା
ନେଇ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। କଳାହାଣ୍ଡି ଜିଲାକୁ କେସିଙ୍ଗା ବ୍ଳକର ଚାଷୀଙ୍କ ଆବଶ୍ୟକତାଠାରୁ ଅଧୁକ ୟୁରିଆ ସାର ଯୋଗାଣ ସତ୍ତ୍ୱେ କାହିଁକି ମିଳୁନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଧାନ ଓ କପା ଚାଷ ପାଇଁ ୟୁରିଆ ସାର ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି। ତାହାକୁ ଦୃଷ୍ଟିରେ ରଖି ଗତକାଲି କେସିଙ୍ଗା ରେଲୱେ ରେକ ପଏଣ୍ଟକୁ ୧୩୩୭.୪ଶହ ମେଟ୍ରିକ ଟନ ଆଇପିଏଲ ୟୁରିଆ ସାର ଆସିଥିଲା। ଯାହାକି ଏଥିରେ ବସ୍ତା ପିଛା ୪୫କେଳି ହିସାବରେ ୨୯ହଜାର ୭୨୦ ବସ୍ତା । ସେଥିମଧ୍ୟରୁ କେବଳ ୪୪୩.୫୨୦ ମେଟ୍ରିକ ଟନ ଅର୍ଥାତ୍ ୯୮୫୬ ବସ୍ତା ୟୁରିଆ ସାର ମାର୍କଫେଡ ଅଧୀନରେ ଥିବା କେସିଙ୍ଗା ବଫରକୁ ଯୋଗାଇ ଦିଆଯାଇଥୁଲା ବାକି ୧୯୮୬୪ବସ୍ତା ୟୁରିଆ ସାର କେବଳ ଘରୋଇ ଡିଲରମାନଙ୍କୁ ଯୋଗାଇ ଦିଆଯାଇଥିଲା। ହେଲେ ୧୯୮୬୪ ବସ୍ତା ୟୁରିଆ ସାର ଜିଲାର କେଉଁକେଉଁ ଘରୋଇ ଡିଲରମାନଙ୍କ ପାଖକୁ ଯାଇଛି ତାହା ସ୍ପଷ୍ଟ ସୂଚନା ମିଳିପାରିନାହିଁ। କେବଳ ମାର୍କଫେଡ ଅଧିନସ୍ଥ କେସିଙ୍ଗା ବଫର ମ୍ୟାନେଜରଙ୍କ ଜରିଆରେ ଗତକାଲି ୨୬ଟି ପ୍ୟାକ୍ସକୁ ୯୮୫୬ ବସ୍ତା ୟୁରିଆ ସାର ପଠାଯାଇଥିଲା। ଏଥିରେ ୩୦.୬ ଶହ ମେଟ୍ରିକ ଟନ ରିଷିତା, ୩୦.୪୨୦ ମେଟ୍ରିକ ଟନ କର୍ଲାମୁଣ୍ଡା ପ୍ୟାକ୍ସ ଏବଂ ବାକି ଅନ୍ୟ ୨୪ଟି ପ୍ୟାକୁ ୧୫.୩୦୦ ମେଟ୍ରିକ ଟନ ଅର୍ଥାତ୍ ୩୪୦ ବସ୍ତା ୟୁରିଆ ସର ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଚାଷୀମାନଙ୍କ ଚାହିଁବା ଦୃଷ୍ଟିରୁ ବିଭିନ୍ନ ପ୍ୟାକ୍ସକୁ ଆବଶ୍ୟକ ଅନୁସାରେ ଯେତିକି ୟୁରିଆ ସାର ପହଞ୍ଚିବା କଥା ତାହା ପହଞ୍ଚି ପାରିନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୟୁରିଆ ସାର ପାଇଁ କାଣ୍ଡେଲ, କେସିଙ୍ଗା, ଉତକେଲା, କସୃପଡା,ତୁଣ୍ଡଳା,ପାଷ୍ଟିକୁଡି ଆଦି ପ୍ୟାକ୍ସରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି। ଆଧାର କାର୍ଡକୁ ଲାଇନରେ ରଖି ଦିନ ତମାମ ଅପେକ୍ଷା କରିବା ପରେ ମଧ୍ୟ ସାର ନପାଇ ଚାଷୀ ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ କଳାହାଣ୍ଡି ଜିଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ କରଙ୍କୁ ପଚାରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଚଢଉ କରି ତଦନ୍ତ କରାଯାଉଛି। ଚାଷୀଙ୍କୁ ୟୁରିଆ ସାର ଆଉ ସମସ୍ୟା ରହିବ ନାହିଁ । ଦିନେ ଦୁଇଦିନ ଭିତରେ ଜିଲ୍ଲାକୁ ଇଫକୋର ସୁରିଆ ସର ପହଞ୍ଚିବ ବୋଲି କହିଛନ୍ତି।