ଶୀତ, କାକରରେ ରାତି ସାରା ଚାଷୀଙ୍କ ଅଭିନବ ପ୍ରତିବାଦ, ଧାରଣାସ୍ଥଳରେ କୀର୍ତ୍ତନ ପରିବେଷଣ କରି…

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ପ୍ରତି କରାଯାଇଥିବା ଅବହେଳାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡିଥିବା ଚାଷୀଙ୍କୁ ପଞ୍ଜୀକୃତ କରିବା ଦାବି ନେଇ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ୍‌ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି। ଧାରଣାକୁ ମଧ୍ୟ ବିଭିନ୍ନ ସଂଗଠନର ସମର୍ଥନ ବଢି ଚାଲିଛି। ସୋମବାର ଧାରଣା ୮ଦିନରେ ପହଞ୍ଚିଛି। ଏହାସତ୍ତ୍ବେ ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ସୋମବାର ରାତିରେ ଚାଷୀମାନେ ଧାରଣାସ୍ଥଳରେ କୀର୍ତ୍ତନ ପରିବେଷଣ କରି ଅଭିନବ ପ୍ରତିବାଦ କରିଛନ୍ତି। ଏହା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – The Largest & Most Trusted Odia Daily