ଏଣିକି ସରକାରୀ ଯୋଜନାର ଲାଭ ଉଠାଇପାରିବେ ଚାଷୀ

କର୍ଲାମୁଣ୍ଡା,୩୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, କର୍ଲାମୁଣ୍ଡା ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ, ସ. ମାଲପଡ଼ା ସରପଞ୍ଚ ବରୁଣ ଛତ୍ରୀଆ, ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଚାଷୀ ନେତା ଗୋବିନ୍ଦ ସାହୁ, ସ.ମାଲପଡ଼ା ସମିତି ସଭ୍ୟ ଗୋଲାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନର୍ଲା ଜିଲା କୃଷି ଅଧିକାରୀ ଶୁଭେନ୍ଦୁ କର, କୃଷି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମାରାଣ୍ଡି, କୃଷି ବୈଜ୍ଞାନିକ ତ୍ରିବିଜୟ ବଡ଼ଜେନା, ସ୍କିମ ଅଫିସର ମନୋରଞ୍ଜନ ସେନାପତି, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଏଏଓ କୁମାର ଚିରଞ୍ଜିବୀ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇ ଚାଷୀଙ୍କୁ ଖରିଫ ଫସଲ ଉପରେ ବୁଝାଇଥିଲେ। ଏପରିକି ଚାଷୀ କିପରି ସରକାରୀ ଯୋଜନାର ଲାଭ ପାଇପାରିବେ ସେନେଇ ଆଲୋଚନା କରିଥିଲେ।

ଏଥିରେ ଶତାଧିକ ମହିଳା ପୁରୁଷ ଚାଷୀ ଅଂଶ ଗ୍ରହଣ କରିଥିଲେ। ସଭା କାର୍ଯ୍ୟରେ ଆତ୍ମା କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଏଏଓ କୁମାର ଚିରଞ୍ଜିବି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ରେଗଡା ପଞ୍ଚାୟତ ବିଜାପାଟିଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଗଡା ସରପଞ୍ଚ ଦିପ୍ତୀ ମୟୀ ସାହୁ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୂରୀ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ କୃଷକମାନଙ୍କୁ ବିଭିନ୍ନ ଯୋଜନା, ଚାଷ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଟିଏମ ଶ୍ୟାମ ପଦ ଭଞ୍ଜ, ଭିଏଡବ୍ଲୁ ଲୋକନାଥ ନାଗ, ସୁରଜ ସାହୁ, ସନ୍ତୋଶିନୀ ବରାହ, ପ୍ରତୁଶ୍ୱିନୀ ଓ କୃଷକ ସାଥିମାନେ ସହଯୋଗ କରିଥିଲେ।