ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ କୃଷକ, ୨୯ରେ ବୈଠକ

ନୂଆଦିଲ୍ଲୀ, ୨୬।୧୨- ନୂଆ ଚାଷୀ ଆଇନକୁ ବିରୋଧ କରୁଥିବା ବିଭିନ୍ନ କୃଷକ ସଂଗଠନ ଶନିବାର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିବା କୃଷକ ନେତା ରାକେଶ ଟିକେଟ୍‌ କହିଛନ୍ତି। ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।

ଭାରତୀୟ କିଶାନ ୟୁନିଅନ ବରିଷ୍ଠ ନେତା ଟିକେଟ୍‌ କହିଛନ୍ତି, ନୂଆ ୩ ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି (ନିମ୍ନତମ ସହାୟକ ମୂଲ୍ୟ) ଏଜେଣ୍ଡାର ଅଂଶ। ଏହା ଉପରେ ହିଁ ସରକାରଙ୍କ ସହ ଆଲୋଚନା ହେବ। ଆମେ ୨୯ ତାରିଖରେ ସରକାରଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛୁ।