ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା ପୋଲିସ କହିଛି। ଡିଣ୍ଡୋରି ସହରର ଶିବାଜୀନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପିଲାମାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଦୁଃଖ ପ୍ରକାଶ କରିବା ସହ ସର୍ୱସାଧାରଣ ସ୍ଥାନରେ ରହିଥିବା ଖୋଲା କୂପଗୁଡ଼ିକର ସୁରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ପରିବାର ଲୋକେ ଏକ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ସେମାନଙ୍କ କାର୍‌ ରାସ୍ତା ପାର୍ଶ୍ୱରେ ଥିବା ଖୋଲା କୂଅ ମଧ୍ୟରେ ଖସିପଡ଼ିଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଜରୁରୀ ସେବା କର୍ମଚାରୀମାନେ ପହଞ୍ଚି ମଧ୍ୟରାତ୍ର ସୁଦ୍ଧା ୨ଟି କ୍ରେନ୍‌ ସହାୟତାରେ କୂଅ ମଧ୍ୟରୁ କାର୍‌ ଓ ଲୋକମାନଙ୍କୁ ବାହାର କରିଥିଲେ। ମୃତକମାନେ ଡିଣ୍ଡୋରି ତାଲୁକା ଅନ୍ତର୍ଗତ ଇନ୍ଦୋର ଗ୍ରାମର ଦାର୍‌ଗୁଡେ ପରିବାରର ସଦସ୍ୟ ବୋଲି ପୋଲିସ କହିଛି।

Share