ଫାମ୍‌ ମିନ୍‌ ଚିନ୍‌ ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ

ହାନୋଇ, ୨୭ା୭: ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ ଭାବେ ଫାମ୍‌ ମିନ୍‌ ଚିନ୍‌ ସୋମବାର ପୁନଃ ନିର୍ବାଚିତ ହୋଇଛନ୍ତି। ଭୋଟ୍‌ ଫଳାଫଳ ଅନୁସାରେ ୧୫ ତମ ନ୍ୟାଶନାଲ ଆସେମ୍ବ୍ଲି (ଏନ୍‌ଏ)ଫାମ୍‌ଙ୍କ ନାମ ଘୋଷଣା କରିଛି। ସେ ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ଦାୟିତ୍ୱ ତୁଲାଇବେ। ୧୩ତମ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମ ସେଣ୍ଟ୍ରାଲ କମିଟିର ପଲିଟ୍‌ବ୍ୟୁରୋ ଫାମ୍‌ଙ୍କୁ ୧୫ତମ ଏନ୍‌ଏର ପ୍ରଥମ ଅଧିବେଶନରେ ୯୫.୯୯ ପ୍ରତିଶତ ଅନୁମୋଦନ ହାରରେ ପୁନଃ ନିର୍ବାଚିତ କରାଯାଇଥିଲା। ଦେଶ କରୋନା ମହାମାରୀ ସହ ଯୁଝୁଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ସେ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Share