ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ:ଯାତାୟତ ଠପ୍‌

ରା. ଉଦୟଗିରି,୧୦।୬(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଘଡଘଡି ସହ ବର୍ଷା ପବନ ଲାଗି ରହିଛି। ଯାହା ଫଳରେ ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁଠାରେ ସକାଳ ସମୟରେ ଏକ ବିଶାଳ ଶାଳ ଗଛ ଜାତୀୟ ରାଜପଥରେ ପଡିଯାଇଥିଲା l ଯାହାଫଳରେ ପାରଳାଖେମୁଣ୍ଡିଠାରୁ ବ୍ରହ୍ମପୁର ଓ ମୋହନାକୁ ସଂଯୋଗ କରୁଥିବା ୩୨୬ ଏ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଥିଲା l ଦୀର୍ଘ ସମୟ ପରେ ଆର-ଉଦୟଗିରି ଅଗ୍ନିଶମ ବାହିନୀର କର୍ମଚାରୀମାନେ କଟର ମେସିନ ମାଧ୍ୟମରେ ବିରାଟ ଗଛକୁ କାଟି ଜାତୀୟ ରାଜପଥରୁ ହଟାଇଥିଲେ। ଯାତାୟତ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି।

Share