Categories: Home Leftଖେଳ

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ହେଲେ ସାହିବଜାଦା ଫର୍ହାନଙ୍କ ଶତକ ଓ ଫଖର ଜମାନଙ୍କ ସହ ତାଙ୍କର ମାରାଥନ ଓପନିଂ ଭାଗୀଦାରି ବଳରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୧୨ ରନ କରିଥିଲା। ଫଖର ଓ ସାହିବଜାଦା ପ୍ରଥମ ଉଇକେଟରେ ୧୭୬ ରନ ଯୋଡ଼ିଥିଲେ, ଯାହାକି ଟି୨୦ ବିଶ୍ୱକପ୍‌ ଇତିହାସରେ ଯେକୌଣସି ଦଳ ପାଇଁ ସବୁଠୁ ବଡ଼ ପାର୍ଟନରଶିପ୍‌।

ଫର୍ହାନ ଏହି ମ୍ୟାଚ୍‌ ଜରିଆରେ ଟି୨୦ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ଓ ପ୍ରଥମ ବ୍ୟାଟର ଭାବେ ଗୋଟିଏ ସଂସ୍କରଣରେ ଦୁଇଟି ଶତକ କରିବାର ରେକର୍ଡ କରିଛନ୍ତି।

Share