ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା ଇରିଗେସନ ଛକରେ ଥିବା ଗୁପ୍ତା କିରାନା ଦୋକାନରୁ ମଙ୍ଗଳବାର ଜିବିଏସ୍ କମ୍ପାନୀର ୨ ପ୍ୟାକେଟ ଶାଗୁଦାନା କିଣିଥିଲେ। ତାହାକୁ ସେ ପାଣିରେ ଭିଜାଇ ରାତିତମାମ ରଖିଥିଲେ। ପରଦିନ ତାହା ୯୦ ପ୍ରତିଶତ ଭିଜି ନ ଥିଲା କି ଫୁଲି ନ ଥିବା ଦେଖାଯାଇଥିଲା। ପୁଣି ତାହାକୁ ଗ୍ରାଇଣ୍ଡର କରିବାରୁ ତାହା ଗୁଣ୍ଡ ହୋଇ ନ ଥିଲା। ତେଣୁ ଏହା ପ୍ଲାଷ୍ଟିକ ଶାଗୁଦାନା ହୋଇଥିବ ସନ୍ଦେହ କରି ସେ ନୂଆପଡା ଖାଦ୍ୟ ନିରୀକ୍ଷକଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି ା ଅଭିଯୋଗ ପାଇ ନୂଆପଡା ଖାଦ୍ୟ ନିରୀକ୍ଷକ କୃଷ୍ଣ ପ୍ରିୟା ଗୁପ୍ତା କିରାନା ଦୋକାନରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ତାଙ୍କୁ ପଚାରିବାରୁ ଶାଗୁଦାନା ବିଷୟରେ ଆମ ପାଖକୁ ଅଭିଯୋଗ ଆସିଛି। ଯେଉଁ ଦୋକାନରୁ କିଣାଯାଇଥିଲା, ସେଠାକୁ ଯାଇ ଆମେ ସାମ୍ପଲ ସଂଗ୍ରହ କରିଛୁ। ଏହାକୁ ଲାବରେଟୋରିକୁ ପଠାଇ ଯାଞ୍ଚ କରିବା ପରେ ସତ୍ୟାସତ୍ୟ ଜଣା ପଡିବ ବୋଲି କହିଥିଲେ। ଦୋକାନୀଙ୍କୁ ପଚାରିବାରୁ ଆମେ ରାୟପୁର ଜିବିଏସ୍ କମ୍ପାନୀରୁ ପ୍ୟକେଟ ଫୁଡ୍ ଆଣି ବିକ୍ରୟ କରୁଛୁ। ନକଲି କିମ୍ବା ଅସଲି ଜାଣିନାହୁଁ।