ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି ପୋଲିସ ହେଲେ ବରଗଡ଼ ଟାଉନ ଥାନା ଘୁଲିପାଲିର ବିକ୍ରମ ବେହେରା (୩୩) l
ବିକ୍ରମ ୨୦୨୧ରେ ମଧ୍ୟ ନକଲି ଆର୍‌ଟିଓ ସାଜି ବରଗଡ଼ ପୋଲିସ ହାତରେ ଗିରଫ ହୋଇଥିଲେ l ରବିବାର ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଢୁରୁକୁଶୁମଠାରେ ନକଲି ପୋଲିସ ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍‌ ପିନ୍ଧି ଲୋକଙ୍କୁ ଡରାଉଥିଲେ। ଏଥିସହ ପୋଲିସ ନାଁରେ ଆତଙ୍କ ସୃଷ୍ଟିକରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ। ଏହାପରେ ନକଲି ପୋଲିସ ବୋଲି ଜାଣି ଗ୍ରାମବାସୀ ଅତାବିରା ଥାନାକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଅତାବିରା ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନା ପୋଲିସ ଏକ ମାମଲା (ନଂ. ୧୦୬/୨୬) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ବୋଲି ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି। ତେବେ ଅଭିଯୁକ୍ତଙ୍କ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

 

Dharitri – Odisha’s No.1 Odia Daily

 

Share