‘ଫେକ ନ୍ୟୁଜ…,’ ବେଡ ରେଷ୍ଟ ଖବରକୁ ହସରେ ଉଡାଇ ଦେଲେ ବୁମରା

ନୂଆଦିଲ୍ଲୀ,୧୬।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କ ବିଷୟରେ ଏମିତି ଏକ ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ବେଡ ରେଷ୍ଟ ନେବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ବୁମରା ଏହି ଖବରକୁ ଭୁଲ ପ୍ରମାଣିତ କରିଛନ୍ତି। ବୁମରା ତାଙ୍କ ଏକ୍ସରେ ଏକ କଟୁ ଟୁଇଟ କରିଥିଲେ ଏବଂ ମିଥ୍ୟା ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେଇଥିଲେ।

ପ୍ରକୃତରେ, ଜସପ୍ରୀତ ବୁମରା ତାଙ୍କ ଏକ୍ସରେ ଲେଖିଛନ୍ତି ଯେ ମୁଁ ଜାଣିଛି ଯେ ନକଲି ଖବର ପ୍ରସାର କରିବା ସହଜ, କିନ୍ତୁ ଏହା ମୋତେ ହସାଇ ଦେଲା। ସୂତ୍ରଗୁଡ଼ିକ ନିୀର୍ଭରଯୋଗ୍ୟ ନୁହେଁ।
ଆପଣଙ୍କୁ କହି ରଖୁଛୁ ଯେ ବୁମରା ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆହତ ହୋଇଥିଲେ। ସିଡନୀରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ବୁମରାଙ୍କୁ ସ୍କାନ ପାଇଁ ପଠାଯାଇଥିଲା ଏବଂ ପରେ ସେ ବୋଲିଂ କରିନଥିଲେ। ସେ ପିଠିରେ ଆଘାତ ପାଇଛନ୍ତି ଏବଂ ଏହି କାରଣରୁ ତାଙ୍କର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ସନ୍ଦେହଜନକ।
ଚାମ୍ପିଅନ୍ସ ଟ୍ରଫି ୨୦୨୫, ଫେବୃଆରୀ ୧୯ରେ ଦୁବାଇ ଏବଂ ପାକିସ୍ତାନରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ବୁମରା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଫିଟ ହେବେ କି ନାହିଁ ସେ ବିଷୟରେ ସେ କୌଣସି ସୂଚନା ଦେଇ ନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ ବେଡ ରେଷ୍ଟ ଖବର ଭୁଲ। ଏହି କାରଣରୁ ବୁମରା ଚାମ୍ପିଅନ୍ସ ଟ୍ରଫିର କିଛି ମ୍ୟାଚ ଖେଳିବାର ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।