ବରଗଡ଼ରେ ଚାଞ୍ଚଲ୍ୟ: କୁକୁଡା ଫାର୍ମରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି, ପହଞ୍ଚିଗଲା ଅବକାରୀ ଟିମ, ତା’ପରେ…

ବରଗଡ଼, ୧୩।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ଅବକାରୀ ବିଭାଗ ଗୁରୁବାର ଏକ ନକଲି ଦେଶୀମଦ ପ୍ରସ୍ତୁତି ପ୍ଲାଣ୍ଟ ଠାବ କରିଛି। ଜିଲାର ମେଲଛାମୁଣ୍ଡା ଥାନା କୁଚିପାଲି -କଟାପାଲି ରାସ୍ତାରେ ରହିଥିବା ଏକ କୁକୁଡା ଫାର୍ମରେ ତାହା ଚାଲିଥିଲା। ସେଠାରୁ ବ୍ୟବହୃତ ସାମଗ୍ରୀ ଏବଂ ବିପୁଳ ପରିମାଣରେ ମଦ ଜବତ ହୋଇଛି। ସେହିପରି ଜଣେ ଅଭିଯୁକ୍ତ ମହେଶ୍ବର ମେହେରଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କାହାର ସମ୍ପୃକ୍ତ ରହିଛି। ସେନେଇ ଅବକାରୀ ଅଧିକ ତଦନ୍ତ କରୁଛି।