ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି । ଚଢାଉରେ ବରଗଡ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ଗ୍ରାମାଞ୍ଚଳ ଥାନା ପୋଲିସ ଉପସ୍ଥିତ ଥିଲେ । ଉକ୍ତ ପ୍ଲାଣ୍ଟକୁ ସିଲ୍ କରିଦେବା ସହିତ ସେଠାରେ ପ୍ରସ୍ତୁତ ହୋଇଥିବା ଘିଅ ଏବଂ ଅନ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ପୋଲିସ ୨ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ସହର ଉପକଣ୍ଠରେ ଦୀର୍ଘଦିନ ଧରି ଚାଲି ଆସିଥିବା ଏଭଳି କାରବାର ଏବେ ଚର୍ଚ୍ଚାର ବିଷୟ ହୋଇଛି ।