ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ

ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଫେସବୁକ୍‌ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି।

ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ଉକ୍ତ ଆକାଉଣ୍ଟରେ ଫଟୋ ପୋଷ୍ଟ ଓ ନାବାଳିକାଙ୍କୁ ଫୋନ୍‌ କରି ବାରମ୍ବାର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ଗ୍ରାମର ଦୁଇ ଯୁବକଙ୍କୁ କେନ୍ଦ୍ରାପଡ଼ା ଟାଉନ ପୋଲିସ ସୋମବାର ଉଠାଇ ନେଇଛି। ୨ ଯୁବକ ହେଉଛନ୍ତି ରାଜନଗର ଗ୍ରାମର ବସନ୍ତ ମାଟିଆ (୨୨) ଓ ଚନ୍ଦନ ମାଟିଆ(୨୪) । ଉଭୟଙ୍କ ଠାରୁ ପୋଲିସ ୩ଟି ସ୍ମାର୍ଟ ଫୋନ ଜବତ କରଛି। ଏନେଇ କେନ୍ଦ୍ରାପଡ଼ା ଟାଉନ ଥାନାରେ ୧୫୪/୨୧ରେ ଏକ ମାମଲା ରୁଜୁ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଗଷ୍ଟ ୩ ତାରିଖରେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ଟାଉନ ଥାନାର ଅତିରିକ୍ତ ଥାନାଧିକାରୀ ସୁମନ୍ତ କିଷାନଙ୍କ ନେତୃତ୍ୱରେରେ ଏକ ଟିମ୍‌ ତୁରୁମୁଙ୍ଗା ପୋଲିସ ସହାୟତାରେ ରାଜନଗର ଗ୍ରାମରେ ଚଢ଼ାଉ କରି ଦୁଇ ଯୁବକଙ୍କୁ ଆଜି ଉଠାଇ ନେଇଛି।