କଣ୍ଟେନର୍‌ ଭର୍ତ୍ତି ଜାହାଜରେ ଭୟଙ୍କର ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି…

କୋଚି,୯।୬: କେରଳ ଉପକୂଳରେ ସମୁଦ୍ର ଭିତରେ ସୋମବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। କଣ୍ଟେନର୍‌ ଭର୍ତ୍ତି ଜାହାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଜାହାଜରେ ଥିବା କେତେଜଣ କ୍ରୁ ସଦସ୍ୟ ନିଖୋଜ ହୋଇଯାଇଥିବା ବେଳେ ୫ଜଣ ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ମିଳିଛି। କାହାଜଟି ସିଙ୍ଗାପୁରର ବୋଲି ସୂଚନା ମିଳିଛି।

କାହାଜଟି ପ୍ରାୟ ୫୦ କଣ୍ଟେନର ନେଇ ଯାଉଥିଲା। ହେଲେ ବିସ୍ଫୋରଣ ଯୋଗୁ ସମୁଦ୍ର ଭିତରେ କିଛି କଣ୍ଟେନର୍‌ ଖସିପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ବିସ୍ଫୋରଣର ସଠିକ୍‌ କାରଣ ଜଣାପଡି ନାହିଁ। ଏନେଇ ତଦନ୍ତ୍‌ ତଦନ୍ତ ଜାରି ରହିଛି।