୧୦ ବର୍ଷରେ ଖର୍ଚ୍ଚ ୨.୫ ଗୁଣ ବଢ଼ିଛି

ନୂଆଦିଲ୍ଲୀ,୨୨ା୯ (ପି.ଟି.): କର୍ମଚାରୀଙ୍କୁ ବେତନ ଓ ପେନ୍‌ସନ ପ୍ରଦାନ ଏବଂ ସୁଧ ପୈଠ କରିବାରେ ରାଜ୍ୟଗୁଡ଼ିକର ଖର୍ଚ୍ଚ ୧୦ ବର୍ଷ ମଧ୍ୟରେ ୨.୪୯ ଗୁଣ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥତ୍କ ବର୍ଷରେ ଏ ବାବଦ ରାଜ୍ୟଗୁଡ଼ିକର ମୋଟ ଖର୍ଚ୍ଚ ୬,୨୬,୮୪୯ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ତାହା ୧୫,୬୩,୬୪୯ କୋଟି ଟଙ୍କାରେ ପହଞ୍ଚତ୍ଥିବା ରାଜ୍ୟ ଫାଇନାନ୍ସ ଉପରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଡର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି) ରିପୋର୍ଟରୁ ଜଣାପଡ଼ିଛି।
ଉପରୋକ୍ତ ୧୦ ବର୍ଷରେ ରାଜ୍ୟଗୁଡ଼ିକର ରାଜସ୍ବ ବ୍ୟୟ ମୋଟ ବ୍ୟୟର ୮୦ରୁ ୮୭ ପ୍ରତିଶତ ହୋଇଥିବାବେଳେ ମୋଟ ଜିଏସ୍‌ଡିପି (ମୋଟ ରାଜ୍ୟ ଘରୋଇ ଉତ୍ପାଦ)ର ୧୩.୮୫ ପ୍ରତିଶତ। ସିଏଜି ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୮ ରାଜ୍ୟର ମୋଟ ରାଜସ୍ବ ବ୍ୟୟ ପରିମାଣ ୩୫,୯୫,୭୩୬ କୋଟି ଟଙ୍କା ହୋଇଥିବାବେଳେ ସେଥିରୁ ଦରମା, ପେନ୍‌ସନ ଓ ସୁଧ ପୈଠ ବାବଦ ବ୍ୟୟ (କମିଟେଡ୍‌ ଏକ୍ସପେନ୍ସ) ୧୫,୬୩,୬୪୯ କୋଟି, ସବ୍‌ସିଡି ବାବଦ ବ୍ୟୟ ୩,୦୯,୬୨୫ କୋଟି ଏବଂ ଅନୁଦାନ ବାବଦ ବ୍ୟୟ ୧୧,୨୬,୪୮୬ କୋଟି ଟଙ୍କା। ଏହି ୩ଟିରେ ମୋଟ ୨୯,୯୯,୭୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ମୋଟ ରାଜସ୍ବ ବ୍ୟୟର ୮୩ ପ୍ରତିଶତରୁ ଅଧିକ। ୨୦୧୩-୧୪ ଆର୍ଥତ୍କ ବର୍ଷରେ ବେତନ, ପେନ୍‌ସନ ଓ ସୁଧ ପୈଠ ବାବଦ ବ୍ୟୟ ୬,୨୬,୮୪୯ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ରେ ତାହା ୧୫,୬୩,୬୪୯ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଏହି ସମୟ ମଧ୍ୟରେ ସବ୍‌ସିଡି ବ୍ୟୟ ୯୬,୪୭୯ କୋଟିରୁ ବଢ଼ି ୩,୦୯,୬୨୫ କୋଟିରେ ପହଞ୍ଚତ୍ଛି। ଉପରୋକ୍ତ ୧୦ ବର୍ଷରେ ରାଜସ୍ବ ବ୍ୟୟ ୨.୬୬ ଗୁଣ ବଢ଼ିଥିବାବେଳେ ପ୍ରତିବଦ୍ଧ ବ୍ୟୟ ୨.୪୯ ଗୁଣ ଏବଂ ସବ୍‌ସିଡି ବ୍ୟୟ ୩.୨୧ଗୁଣ ବୃଦ୍ଧି ପାଇଛି।
୧୯ଟି ରାଜ୍ୟରେ ବେତନ ବାବଦ ବ୍ୟୟ ସର୍ବାଧିକ ହୋଇଥିବାବେଳେ ଏହା ପଛକୁ ପେନ୍‌ସନ ଓ ସୁଧ ପୈଠ ବ୍ୟୟ ରହିଛି। ୯ଟି ରାଜ୍ୟରେ ପେନ୍‌ସନଠାରୁ ସୁଧ ପୈଠରେ ଅଧିକ ବ୍ୟୟ ହେଉଛି। ସେହି ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, କର୍ନାଟକ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଓ ପଶ୍ଚିମବଙ୍ଗ। ୨୦୨୨-୨୩ ଆର୍ଥତ୍କ ବର୍ଷରେ ୧୭ଟି ରାଜ୍ୟ ରାଜସ୍ବ ବଳକା ଲକ୍ଷ୍ୟ ରଖିଥିବାବେଳେ ୫ଟି ରାଜ୍ୟରେ ରାଜସ୍ବ ନିଅଣ୍ଟ ଏବଂ ୬ ରାଜ୍ୟରେ ଶୂନ ରାଜସ୍ବ ନିଅଣ୍ଟ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ ରାଜସ୍ବ ବଳକା ଲକ୍ଷ୍ୟ ରଖିଥିବା ୧୭ ରାଜ୍ୟ ମଧ୍ୟରୁ ଆସାମ, ବିହାର, ହିମାଚଳପ୍ରଦେଶ, ମେଘାଳୟ ଓ ରାଜସ୍ଥାନରେ ରାଜସ୍ବ ନିଅଣ୍ଟ ଦେଖାଦେଇଥିଲା।