କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ ବଗାଡ଼ ୱାର୍ଡ ନଂ ୧ରେ ନକଲି ମଦ ପ୍ରସ୍ତୁତି ହେଉଥିଲା। କୌଣସି ସୂତ୍ରରୁ ଖବରପାଇ ଅବିକାରୀ ବିଭାଗ ଗତକାଲି ଏହି ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ବିଭିନ୍ନ ସାମଗ୍ରୀ ଜବତ ସହ ୬ ଜଣଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଛି। କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଓଆଇସି ଏହି ନକଲି ମଦ ପ୍ରସ୍ତୁତ ବିଷୟରେ ଜାଣିପାରି ଗୁରୁବାର ଚଢ଼ାଉ କରି ବଗାଡ଼ ୱାର୍ଡ ନଂ ୧ର ଏକ ଭଡା ଘରୁ ୧୧୮୯ଟି ଠିପି, ୧୦୧୩ଟି ଷ୍ଟିକର ,୨୨ଟି ଖାଲି ବୋତଲ ସହ ୧୩.୪୨୦ଲିଟର ନକଲି ମଦ ଜବତ କରିଛନ୍ତି। ମଦ ଜବତ ସହ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଭବାନୀପାଟଣାରୁ ଅବକାରୀ ବିଭାଗ ୧୬ ଜଣ କର୍ମଚାରୀ ଆସି ଏହି ଚଢ଼ାଉ କରିଥିଲେ। ଏ ସଂକ୍ରାନ୍ତରେ ଓଆଇସି ଧନରାଜ ଦଣ୍ଡସେନାଙ୍କୁ ପଚାରିବାରୁ ଆଉ ଦୁଇ ଜଣ ଭବାନୀପାଟଣା ଟିମରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଏନେଇ ଭବାନୀପାଟଣା ଆସିଥିବା ଏଏସଆଇ ସତ୍ୟନାରାୟଣ ପ୍ରଧାନଙ୍କୁ ପଚାରିବାରୁ ଦୁଇ ଜଣଙ୍କ ନାଁ ପ୍ରକାଶ କରି ନ ଥିଲେ।