ଅବକାରୀ ବିଭାଗର ୨ ଦିନିଆ ଧରପଗଡ଼: ୨୨୭ ଲିଟର ଦେଶୀ ମଦ, ୨୯୦୦ ଲିଟର ମହୁଲ ପୋଚ ସହ…

ରାୟଗଡ଼ା, ୯।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼ା ଉପଖଣ୍ଡର ବିଭିନ୍ନ ସ୍ଥାନରେ ରେଡ କରାଯାଇ ୯ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୨୮ ଲିଟର ଦେଶୀ ମଦ, ୨୯୦୦ ଲିଟର ମହୁଲ ପୋଚ, ୨୩୫ ଲିଟର ସହ ୬ ମୋଟର ସାଇକେଲ ଜବତ କରାଯାଇଛି । ଅବକାରୀ ବିଭାଗର ରାୟଗଡ଼ା ସଦର ଥାନା ଇନ୍ସପେକ୍ଟର ସତ୍ୟନାରାୟଣ ଦାସ ଏବଂ ଜିଲା ମୋବାଇଲ ସ୍କ୍ବାର୍ଡ ଅଧିକାରୀ କମ୍ବୁପାଣି ସିନ୍ଦୁରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ଥିଲେ। ରାୟଗଡ଼ା ଉପଖଣ୍ଡର ଜେ କେ ପୁର, ରାୟଗଡ଼ା ପିଚୁ କଲୋନୀ, କୁମ୍ଭିକୋଟା, ଭେଜପା, ଖଟଗନ୍ଥା, କଲ୍ୟାଣସିଂହପୁର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Dharitri – Odisha’s No.1 Odia Daily

Share