ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା: ୬୬ ଲକ୍ଷର…

ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା ପ୍ରକାଶକରି ଯାଞ୍ଚ ଅଭିଯାନ ଜୋର୍‌ଦାର କରିଛି। ସୀମାନ୍ତ ଅଞ୍ଚଳ ତଥା ଛକରେ ଚେକ୍‌ପୋଷ୍ଟ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଶୁକ୍ରବାର ବିଭାଗୀୟ ଅଧିକାରୀ ଯାଞ୍ଚ ସମୟରେ ୧୪୬ ଲିଟର ହାତରନ୍ଧା ମଦ, ୪୦୦ ଲିଟର ଭାଟିମଦ, ୨୭୦୦ କି.ଗ୍ରା. ମହୁଲ ପୋଚ ଜବତ କରିଛନ୍ତି। ଅଦ୍ୟାବଧି ଅବକାରୀ ବିଭାଗ ୬୯ ଲିଟର ବିଅର୍‌, ୩୮ ଲିଟର ବିଦେଶୀ ମଦ, ୪୦୦୦ ଲିଟର ହାତ ରନ୍ଧା ମଦ, ୧୦୫୩ ଲିଟର ଭାଟି ମଦ, ୪ କେଜି ଗଞ୍ଜେଇ ଓ ୯୪,୨୫୦ କି.ଗ୍ରା. ମହୁଲ ପୋଚ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୬୬ ଲକ୍ଷ ୭୨ ହଜାର ଟଙ୍କା ହେବ। ଏହା ସହ ୪ ବାଇକ୍‌ ଓ ଗୋଟିଏ ଚାରିଚକିଆ ଯାନ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୬ ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୭୭ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

Share