ଗଞ୍ଜେଇ ଚୋରା ଚାଲାଣ ବେଳେ କଳିଙ୍ଗାରେ ମାଡ଼ି ବସିଲା ଅବକାରୀ ବିଭାଗ

ଜି. ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳରୁ ପୁରୀ ଗଞ୍ଜେଇ ଚୋରା ଚାଳନା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଜିଲା ମୋବାଇଲ ଟିମ ଏବଂ ରାଇକିଆ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଭବାନୀ ଶଙ୍କର ସେଠୀ ଓ ଟିମ ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ନିକଟରେ ତିନୋଟି କାର ଉପରେ ଚଢ଼ାଉ କରିଛି। ଏଥିସହ ୭୨ କେଜି ଗଞ୍ଜେଇ ଜବତ ସହ ୫ ଜଣ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ କେଶ ନମ୍ବର ୮୬/୨୪-୨୫,୨୭୦/୨୪-୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗୋପ ଓ ନିମାପଡ଼ା ଅଞ୍ଚଳ ର ଆଲୋକ ଭୋଇ , ଦୁର୍ଗା ଚରଣ ମଲିକ, ମନୋଜ କୁମାର ଦାସ ତିନି ଜଣ ପୁରି ଅଞ୍ଚଳ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ କନ୍ଧମାଳ ଜିଲା ବାଲିଗୁଡ଼ାର ଅକ୍ଷୟ ମଲ୍ଲିକ ଏବଂ ପ୍ରକାଶ ଦିଗାଲ ଟିକାବାଲି ଅଞ୍ଚଳର ବୋଲି ଜଣା ପଡ଼ିଛି ।