ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ’ ପ୍ରେମିକା…କାହାକୁ ଏମିତି କହି ସମ୍ପର୍କରେ ମୋହର ମାରିଲେ ଧାଓ୍ବନ?

ନୂଆଦିଲ୍ଲୀ,୩।୪: ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଓପନର୍‌ ଶିଖର ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ଖେଳର ମଜା ନେଉଥିଲେ। ଏହାପରଠାରୁ ସେ କିଏ ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ଅନେକ ଗଣମାଧ୍ୟମ ରିପୋର୍ଟରେ ଯୁବତୀଜଣଙ୍କ ଶୋଫି ସାଇନ୍‌ ବୋଲି କୁହାଯାଇଥିଲା। ଏବେ ଗବ୍ବର ଆଧିକାରୀକ ଭାବେ ସ୍ପଷ୍ଟ କରିଛନ୍ତି ସେ ରିଲେଶନସିପ୍‌ରେ ଅଛନ୍ତି।

୩୯ ବର୍ଷୀୟ ଧାଓ୍ବନଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଜଣେ ଆଙ୍କର ପ୍ରେମିକା ଏବଂ ତାଙ୍କ ନାମ ବିଷୟରେ ପଚାରୁଛନ୍ତି। ପ୍ରଥମେ ଧାଓ୍ବନ ତାହାର ଉତ୍ତର ଦେବାକୁ ଠିକ୍‌ ମନେ କରି ନ ଥିଲେ। ହେଲେ ପରେ ସେ କହିଥିଲେ ଯେ ମୁଁ ନାଁ ନେବାକୁ ଚାହେଁନା। ହେଲେ ଏହି କୋଠରୀରେ ବସିଥିବା ସବୁଠାରୁ ସୁନ୍ଦର ଯୁବତୀ ହେଉଛନ୍ତି ମୋ ପ୍ରେମିକା। ପରେ କ୍ୟାମେରାଟି ଜଣେ ମହିଳାଙ୍କ ଉପରେ ପଡ଼ୁଛି, ଯିଏ କି ‘ମିଷ୍ଟ୍ରି ଗର୍ଲ’ଙ୍କ ଭଳି ନଜର ଆସୁଛନ୍ତି।

ଅକ୍ଟୋବର ୨୦୨୩ରେ ଆୟଶା ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିଲେ ଧାଓ୍ବନ। ଏହାପରଠାରୁ ତାଙ୍କ ପୁଅକୁ ଦେଖିବାକୁ ସେ ଝୁରୁଛନ୍ତି। ମନେ ପଡ଼ିଲେ ମଧ୍ୟ ତାଙ୍କ ସହ କଥା ହେବା କଷ୍ଟକର ବୋଲି ସେ କହି ଭାବବିହ୍ବଳ ମଧ୍ୟ ହୋଇଛନ୍ତି ।

Share