ଇଭିଏମ୍‌କୁ ହଟାଇଦେବା ଉଚିତ, ଏଗୁଡ଼ିକୁ AI ସହାୟତାରେ କରାଯାଇପାରିବ ହ୍ୟାକ୍‌: ଏଲନ ମସ୍କ

ନୂଆଦିଲ୍ଲୀ,୧୬।୬: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍‌ଲା ଏବଂ ସ୍ପେଶ୍‌ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ବଡ଼ ବୟାନ ଦେଇଛନ୍ତି। ଇଭିଏମ୍‌କୁ ଏଆଇ(ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ସହାୟତାରେ ହ୍ୟାକ୍‌ କରିଦିଆଯାଇପାରେ। ଏଣୁ ତାକୁ ହଟାଇ ଦେବା ଉଚିତ ବୋଲି ସେ ନିଜର ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ କହିଛନ୍ତି।

ମସ୍କ ଆମେରିକା ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ସାଜିଥିବା ରବର୍ଟ ଏଫ୍‌ କୈନେଡି ଜୁନିୟରଙ୍କ ଏକ ପୋଷ୍ଟର ଜବାବରେ ଇଭିଏମ୍‌ ଉପରେ ନିଜର ରାୟ ରଖିଛନ୍ତି। ସେ କହିଛନ୍ତି, ଇଭିଏମ୍‌କୁ ହଟାଇ ଦେବା ଉଚି। ମନୁଷ୍ୟ ଏବଂ ଏଆଇ ସହାୟତାରେ ଏହାକୁ ହ୍ୟାକ୍‌ କରିଦେବାର ବିପଦ ରହିଛି। ଏହି ବିପଦ ବହୁତ କମ୍‌ ହେଲେ ବି ଅଧିକ ବୋଲି ସେ କହିଛନ୍ତି।

ତେବେ ରବର୍ଟ ଏଫ୍‌ କୈନେଡି ସୋସିଆଲ ମିଡିଆ ପୋଷ୍ଟରେ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ସମୟରେ ଇଭିଏମ୍‌ରେ ପରିଲକ୍ଷିତ ହୋଇଥିବା ଅସୁବିଧାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।