ଛୋଟଘର ବି ଲାଗିବ ବଡ଼,ଏଭଳି ଭାବେ ବଦଳାନ୍ତୁ ଇଣ୍ଟେରିୟର…

ବଡ଼ ଆଉ ସୁନ୍ଦର ଘରଟେ ହେଇଥିବ। ରୁମ ଗୁଡିକ ଖୋଲା ଖୋଲା ଲାଗୁଥିବ। ଏମିତି ଇଛା ତ ସମସ୍ତଙ୍କର ଥାଏ। କିନ୍ତୁ ଜାଗା ଓ ଟଙ୍କାର ଅଭାବ ଏହି ଇଛାକୁ ମାରିବାକୁ ବାଧ୍ୟ କରେ। କିନ୍ତୁ ଏହାର ବି ସମାଧାନ ଅଛି। ଆପଣ ଚାହିଁଲେ ଘରର ଇଣ୍ଟେରିୟରକୁ ବଦଳାଇ ଆପଣଙ୍କ ଘରକୁ ସ୍ପେସିଅସ୍‌ ଲୁକ୍‌ ଦେଇପାରିବେ..
ରଙ୍ଗ ଯଦି ଧଳା କିମ୍ବା ଲାଇଟ୍‌ କଲର ରଖିବେ ତା’ହେଲେ ଘର ବଡ଼ ଲାଗିବ।

ସବୁ ରୁମ୍‌ରେ ଏକା ଶେପ୍‌ର ତଥା ଏକା ରଙ୍ଗର ଟାଇଲ୍ସ ହେଉକି ମାର୍ବଲ ବ୍ୟବହାର କରିବା ଦ୍ୱାରା ବି ଘର ବଡ଼ ଦେଖାଯାଇ ଥାଏ। ଯେତେ ସମ୍ଭବ କମ୍‌ ଜିନିଷ ରଖନ୍ତୁ। ସବୁ କାନ୍ଥକୁ ଲାଇଟ୍‌ କଲର କରି ଗୋଟେ କାନ୍ଥକୁ ଡିପ୍‌ କରନ୍ତୁ। ନଚେତ୍‌ ଟାଇଲ୍ସ ବା ୱାଲପେପର ଲଗାନ୍ତୁ। ଘର ସୁନ୍ଦର ଦେଖାଯିବା ସହ ବଡ଼ ଦେଖାଯିବ।

ରୁମରେ ସୋଫା ଯଦି ଲମ୍ବାରେ ପକାଇବେ ଘର ବଡ଼ ଦେଖାଯିବ। ତା’ସହ ଏଠାରେ କମ୍‌ ଫର୍ଣ୍ଣିଚର ରଖନ୍ତୁ।
ଆପଣଙ୍କର ମଡୁଲାର କିଚେନ୍‌ ହୋଇଥାଏ ତା’ହେଲେ କ୍ୟାବିନେଟରେ ଯେତେ ସମ୍ଭବ କମ୍‌ ହ୍ୟାଣ୍ଡେଲ କରନ୍ତୁ। ଏହାକୁ ବି ଲାଇଟ୍‌ କଲର୍‌ ରଖନ୍ତୁ, ଘର ବଡ଼ ଦେଖାଯିବ।

କାନ୍ଥକୁ ବଡ଼ ବଡ଼ ମିରର୍‌ ବା ବଡ଼ କାଚରେ ଡେକୋରେଟ୍‌ କରନ୍ତୁ, ଘର ବଡ଼ ଲାଗିବ। ସ୍କ୍ରିନ୍‌ ବହୁତ ଲମ୍ବା କରି ଲଗାନ୍ତୁ। ଏଥିରେ ବି ଘର ବଡ଼ ଦେଖାଯିବ। କଥା ହେଉଛି, ଘରେ ସମସ୍ତ ଜିନିଷକୁ ବ୍ୟବସ୍ଥିତ କରି ରଖିବା; ନଚେତ୍‌ ଘର ଅପରିଷ୍କାର ସାଙ୍ଗକୁ ଛୋଟ ଲାଗିଥାଏ।

Share
Tags: Lifestyle