ପାଲଟା ଟାରିଫ୍‌କୁ ୯୦ ଦିନ ଅଟକାଇଲା ୟୁରୋପୀୟ ସଂଘ

ବ୍ରସେଲ୍ସ,୧୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ ଉପରେ ଲଗାଇବାକୁ ଥିବା ପାଲଟା ଶୁଳ୍କକୁ ୯୦ ଦିନ ଅଟକାଇବାକୁ ନିଷ୍ପତ୍ତି ନେଇଛି।

ବୁଝାମଣା ପାଇଁ ଏକ ସୁଯୋଗ ଦେବା ନିମନ୍ତେ ଆମେ ଟାରିଫ୍‌ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ ବୋଲି ଇୟୁ ମୁଖ୍ୟ ଉର୍ସୁଲା ଭନ୍‌ ଡେର୍‌ ଲେୟେନ୍‌ ଗୁରୁବାର କହିଛନ୍ତି। ତେବେ ଆମେରିକା ସାମଗ୍ରୀ ଉପରେ ୨୭ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଇୟୁ କେତେ ପ୍ରତିଶତ ଶୁଳ୍କ ଲଗାଇଥାନ୍ତା, ତାହା ଘୋଷଣା କରିନାହିଁ। ଯଦି ବୁଝାମଣା ସନ୍ତୋଷଜନକ ନ ହୁଏ, ତେବେ ଆମେ ପାଲଟା ଶୁଳ୍କ ଲାଗୁ କରିବୁ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ କହିଛନ୍ତି।