The UEFA Euro 2020 trophy is displayed marking 100 days before the start of the Euro 2020 soccer tournament in St. Petersburg, Russia, March 3, 2021. REUTERS/Anton Vaganov/Files
ଲଣ୍ଡନ,୧୦।୭: ଇଂଲଣ୍ଡ ଓ ଇଟାଲୀ ମଧ୍ୟରେ ରବିବାର ଆୟୋଜନ ହେବାକୁ ଥିବା ୟୁରୋକପ୍ ଫାଇନାଲକୁ ନେଇ ସାରା ଦେଶରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି। ସ୍ଥାନୀୟ ଓ୍ବେମ୍ବଲି ଷ୍ଟାଡିୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସମ୍ପୂର୍ଣ୍ଣ ୯୦ ହଜାର ଦର୍ଶକ ଉପସ୍ଥିତ ରହିବେ। ଫଳରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଏହି ମ୍ୟାଚ୍ର ଟିକେଟ କଳାବଜାରରେ ବିକ୍ରି ହୋଇଛି ଓ ଏହାର ମୂଲ୍ୟ ଆକାଶଛୁଆଁ ହୋଇଛି। ୮୩ ହଜାର ଟଙ୍କାର ଟିକେଟ ୫୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଷ୍ଟାଡିୟମ ଖଚାଖଚ୍ ଭରା ହେବ। ପ୍ରଥମଥର ପାଇଁ ଇଂଲଣ୍ଡ ୟୁରୋକପ୍ ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ଜିତିଲେ ଇଂଲଣ୍ଡ ଇତିହାସ ସୃଷ୍ଟି କରିବ।