Categories: ଖେଳ

ୟୁରୋ କପ୍‌ରେ ଅଘଟଣ: ଖେଳାଳି ବେହୋସ୍‌

କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍‌ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍‌ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍‌ ବେହୋସ ହୋଇ ତଳେ ଯାଇଥିଲେ। ପ୍ରଥମାର୍ଦ୍ଧ ଖେଳର ଶେଷ ଭାଗରେ ସାଇଡ୍‌ଲାଇନ୍‌ ନିକଟରେ ଏହା ଘଟିଥିଲା। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ଘେରିଯାଇଥିଲେ। ମେଡିକାଲ କର୍ମଚାରୀମାନେ ତାଙ୍କର ଆଶୁ ଚିକିତ୍ସା ଆରମ୍ଭ କରିଦେଇଥିଲେ। ଡେନମାର୍କ ଖେଳାଳିମାନେ କାନ୍ଦୁଥିବାର ଦେଖାଯାଇଥିଲା। ଏହି ଘଟଣାପରେ ମ୍ୟାଚକୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଥିଲା।

Share