ଶିଶୁକନ୍ୟାଙ୍କ ଜରୁରୀ ସାମାଜିକ ନିରାପତ୍ତା

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ସଦସ୍ୟା ସୁରଭି ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ିକର୍ମୀ ରଶ୍ମିତା ପାତ୍ର, ସ୍ବାସ୍ଥ୍ୟକର୍ମୀ ପ୍ରୀୟଦର୍ଶନୀ ମିଶ୍ର, ଶିଶୁ ମନ୍ଦିର ପରିଚାଳନା ସମିତି ସଦସ୍ୟା ଗୀତାଞ୍ଜଳି ପଣ୍ଡା, ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର, ଷଷ୍ଠୀ ପ୍ରସାଦ ବିଷୋୟୀ ପ୍ରମୁଖ ଅତିଥି ରୁପେ ଯୋଗଦେଇ ଶିଶୁ କନ୍ୟାମାନଙ୍କ ସାମାଜିକ ନିରାପତ୍ତା, ସେମାନଙ୍କ ଆତ୍ମ ସୁରକ୍ଷା ତାଲିମ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି ଶିବିରରେ ଛାତ୍ରୀ ଆଭାଶ୍ରୀ ସାହୁ, ସଞ୍ଚିତା ଆଚାର୍ଯ୍ୟ ଅଲିପ୍ସା ରଥ, ଶୁଭଶ୍ରୀ ଗୌଡ଼, ଅନ୍ବେଷୋ ରଥ, ,ରେଶ୍ମା ସାହୁ, ବର୍ଷା ପ୍ରିୟଦର୍ଶନୀ ପ୍ରମୁଖ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily