ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଏତଙ୍କୁ ପ୍ରଦାନ କରିଛନ୍ତି। ଦାବି ଗୁଡିକ ହେଲା ଅବସରପ୍ରାପ୍ତ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ବୃଦ୍ଧି ସହ ମହାଙ୍ଗା ଭତ୍ତା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପେନସନ ପ୍ରଦାନ କରାଯାଉ, ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ, ସମସ୍ତ ପେନସନଭୋଗୀ ପରିବାରକୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ସଂଘ ସଭାପତି ରାଜ କିଶୋର ତ୍ରିପାଠୀ, ସମ୍ପାଦକ ସୁଶୀଲ କୁମାର ପଟେଲ, ଚେରୁ ମେହେର, ଭାସ୍କର ମିଶ୍ର, ନରସିଂହ ରାଉତ ରାୟ, ଶୋଭା ହରିଜନ, ତୁଳସୀ ବିଶି, ରମେଶ ବିଶି, ମିଥେଲେଶ୍ୱର କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ।