ଇପିଏଫ୍‌ କ୍ଲେମ୍‌ ‘Under Process’ରେ ଅଟକିଛି କି? ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିଯିବ ଟଙ୍କା

ନୂଆଦିଲ୍ଲୀ,୨୩।୧୧: କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ପିଏଫ୍ (ପ୍ରଭିଡେଣ୍ଟ ଫଣ୍ଡ)ରେ ଟଙ୍କା ଜମା ହୋଇଥାଏ। କିନ୍ତୁ ଜରୁରୀ କାମ ପଡ଼ିଲେ ପିଏଫ୍ ଟଙ୍କା ବାହାର କରିବାରେ ହେଉଥିବା ବିଳମ୍ବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଉଥିଲା। ଏବେ ଏହା ଅତୀତ କଥା। ପିଏଫ୍ କ୍ଲେମ୍ ପ୍ରକ୍ରିୟାକୁ ଏତେ ସରଳ ଓ ଦ୍ରୁତ କରି ଦିଆଯାଇଛି ଯେ, ଅନଲାଇନ୍‌ରେ କ୍ଲେମ୍ ଦାଖଲ କଲେ ସାଧାରଣତଃ ୧୦ ଦିନ ଭିତରେ ଟଙ୍କା ସିଧା ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଆସୁଛି।ତଥାପି ଯଦି ଆପଣ ପିଏଫ୍ କ୍ଲେମ୍ କରିଛନ୍ତି ଏବଂ ଷ୍ଟାଟସ୍‌ରେ ‘ଅଣ୍ଡର ପ୍ରୋସେସ୍’ ଦେଖାଉଛି କିମ୍ବା ଟଙ୍କା ଅଟକି ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ। ଏହାର ସହଜ ସମାଧାନ ରହିଛି।
କେମିତି ଯାଞ୍ଚ କରିବ, କ୍ଲେମ୍ ଦାଖଲ କରିବେ?
ବର୍ତ୍ତମାନ ପିଏଫ୍ ସମ୍ପର୍କିତ ପ୍ରାୟ ସବୁ କାମ ଅନଲାଇନ୍‌ରେ ହୋଇଯାଉଛି। କେବଳ ନିଜର UAN ନମ୍ବର ବ୍ୟବହାର କରି UMANG ଆପ୍ କିମ୍ବା EPFO ଅଫିସିଆଲ୍ ୱେବସାଇଟ୍ (https://www.epfindia.gov.in) ମାଧ୍ୟମରେ କ୍ଲେମ୍ ଦାଖଲ କରାଯାଇପାରିବ। ପ୍ରକ୍ରିୟା ଅତି ସରଳ – ସଠିକ୍ ଫର୍ମ ବାଛନ୍ତୁ, ଦରକାରୀ ତଥ୍ୟ ଭରନ୍ତୁ ଏବଂ ସବମିଟ୍ କରନ୍ତୁ। ସବମିଟ୍ ପରେ ଆପଣଙ୍କୁ ଗୋଟିଏ ଆକ୍ନଲେଜମେଣ୍ଟ ନମ୍ବର ମିଳିବ, ଯାହାକୁ ବ୍ୟବହାର କରି ଆପଣ କ୍ଲେମ୍ ଷ୍ଟାଟସ୍ ଟ୍ରାକ୍ କରିପାରିବେ।
ଯେଉଁମାନେ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍‌ରେ ଅସୁବିଧା ଅନୁଭବ କରୁଛନ୍ତି, ସେମାନଙ୍କ ପାଇଁ ଅଫଲାଇନ୍ ସୁବିଧା ମଧ୍ୟ ରହିଛି। ନିକଟସ୍ଥ ପିଏଫ୍ ଅଫିସ୍‌କୁ ଯାଇ ଫର୍ମ ଭର୍ତ୍ତି ଓ କାଗଜପତ୍ର ଜମା କରି ସହାୟତା ନେଇପାରିବେ।ସଠିକ୍ ଫର୍ମ ବାଛନ୍ତୁ
  • Form 31 → ଆଂଶିକ ଟଙ୍କା ବାହାର (ଚିକିତ୍ସା, ବିବାହ, ଶିକ୍ଷା, ଘର ନିର୍ମାଣ ଆଦି ପାଇଁ)
  • Form 10C → ଚାକିରି ଛାଡ଼ିବା ପରେ ପୁରା ପିଏଫ୍ ବାହାର କରିବା କିମ୍ବା ପେନସନ୍ ସମ୍ପର୍କିତ କାମ ପାଇଁ

ସାଇବର ଠକେଇରୁ ସାବଧାନ!
ପିଏଫ୍ ସମ୍ପର୍କିତ ସାଇବର ଠକେଇ ବଢ଼ୁଥିବାରୁ ସତର୍କ ରହିବା ଜରୁରି। କୌଣସି ଅଜଣା ବ୍ୟକ୍ତିଙ୍କୁ କେବେ ବି OTP କିମ୍ବା ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। କ୍ଲେମ୍ କେବଳ UMANG ଆପ୍ କିମ୍ବା EPFO ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ହିଁ କରନ୍ତୁ।
ଯଦି ଆପଣଙ୍କର UAN ସଠିକ୍ ଅଛି ଏବଂ ଆପଣ ଅଫିସିଆଲ୍ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି, ତେବେ ୧୦ ଦିନ ଭିତରେ ପିଏଫ୍ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଚାଲିଆସିବ। ଏହି ଟଙ୍କା ମେଡିକାଲ ଇମରଜେନ୍ସି, ଘର କିଣା, ଗାଡ଼ି କିଣା କିମ୍ବା ଯେ କୌଣସି ଆର୍ଥିକ ଆବଶ୍ୟକତାରେ ବହୁତ କାମରେ ଲାଗିଥାଏ।ତେଣୁ ଆଉ ବିଳମ୍ବ ନକରି, ଆଜିହିଁ ନିଜର ପିଏଫ୍ କ୍ଲେମ୍ ଦାଖଲ କରନ୍ତୁ ଏବଂ ନିଶ୍ଚିନ୍ତ ରହନ୍ତୁ!

Dharitri – Odisha’s No.1 Odia Daily