Categories: Home Leftଖେଳ

ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ

ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହା ଥିଲା ଟି୨୦ ଫର୍ମାଟରେ ଅଧିନାୟକ ଭାବେ ମୋର୍ଗାନ(୬୮ ମ୍ୟାଚ୍‌)ଙ୍କ ପାଇଁ ୪୩ ତମ ବିଜୟ। କ୍ରିକେଟର ଛୋଟିଆ ଫର୍ମାଟରେ କୌଣସି ଦେଶର ଅଧିନାୟକ ଏତେ ସଂଖ୍ୟକ ମ୍ୟାଚ୍‌ ଜିତି ନାହାନ୍ତି।

ପୂର୍ବରୁ ଧୋନୀ ଓ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଘର ଆଫଘାନଙ୍କ ନାମରେ ଏହି ରେକର୍ଡ ଥିଲା। ଦୁହେଁ ଅଧିନାୟକ ଭାବେ ଅନ୍ତର୍ଜାତୀୟ ସ୍ତରରେ ୪୨ ମ୍ୟାଚ୍‌ ଜିତିଥିଲେ। ତେବେ ଅସଘର ୫୨ ମ୍ୟାଚ୍‌ରେ ୪୨ ତମ ବିଜୟ ହାସଲ କରିଥିବା ବେଳେ ଧୋନୀଙ୍କୁ ୭୨ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ଏହି ତାଲିକାରେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅଛନ୍ତି। ସେ ଏପର୍ଯ୍ୟନ୍ତ ୪୭ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇ ୨୯ ମ୍ୟାଚ୍‌ ଜିତିଛନ୍ତି।