Govinda-Sunita Divorce: ଗୁଜବ ନୁହେଁ ସତ, ୩୭ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା

ମୁମ୍ବାଇ: ଗୁଜବ ନୁହେଁ ସତ। ଅଲଗା ହେବେ ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜା। ଉଭୟଙ୍କ ୩୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ସ୍ପଷ୍ଟ ହୋଇଛି। ଦୁହିଁଙ୍କ ପରିବାର ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ ହେଁ ସେଭଳି ସୁଫଳ ମିଳିବା ଭଳି ମନେ ହେଉନାହିଁ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଗୋବିନ୍ଦାଙ୍କୁ ଛାଡ଼ପତ୍ର ଦେବାକୁ ସୁନୀତା କହିଥିଲେ। ଅଭିନେତା ଏଥିରେ ରାଜି ନ ଥିଲେ। ଏହାପୂର୍ବରୁ ସୁନୀତା ଅନେକ ସାକ୍ଷାତକାରରେ କହିଥିଲେ ଯେ କିଛି ମାସ ଧରି ଉଭୟ ଅଲଗା ରହୁଛନ୍ତି। ସୁନୀତା ପିଲାମାନଙ୍କ ସହ ଏକ ଫ୍ଲାଟରେ ରହୁଥିବା ବେଳେ ଗୋବିନ୍ଦା ଏକାକି ରହୁଛନ୍ତି। ସେତେବେଳେ କାରଣ କହିବାକୁ ଯାଇ ସୁନୀତା କହିଥିଲେ ଯେ ଗୋବିନ୍ଦା ସବୁବେଳେ କାମରେ ବ୍ୟସ୍ତ ରହୁଛନ୍ତି। ଏଥିଲାଗି ଦୁହିଁଙ୍କ ସମୟରେ ତାଳମେଳ ରହୁନାହିଁ। ଏଣୁ ଅଲଗା ରହିବା ଠିକ୍‌ ବୋଲି ଭାବିଛୁ।

କେବଳ ଏତିକି ନୁହେଁ ଗୋବିନ୍ଦାଙ୍କୁ ପ୍ରାୟତଃ କୌଣସି ରିଆଲିଟି ଶୋ’ରେ ଅତିଥି ଭାବେ ସାମିଲ କରାଗଲେ, ସେ ପତ୍ନୀଙ୍କ ସହ ଆସିଥାନ୍ତି। ଯଦି ସୁନୀତା ନ ଥାନ୍ତି ତେବେ ଅନ୍ୟକେହି ପୁରୁଣା ସହଅଭିନେତ୍ରୀ ଥାନ୍ତି। ହେଲେ ନିକଟରେ ଗୋବିନ୍ଦା ଇଣ୍ଡିଆନ ଆଇଡଲରେ ଏକାକି ସାମିଲ ହୋଇଥିଲେ। ସୁନୀତା ତାଙ୍କ ସହ ନ ଥିବାରୁ ବୋଧହୁଏ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ ବୋଲି ଦର୍ଶାଉଥିବା କୁହାଯାଉଛି।