ବହୁତ ହେଲା ମନ୍‌ କି ବାତ୍‌, ଏବେ ମଣିପୁର ପ୍ରସଙ୍ଗରେ କଥା ହେବାର ସମୟ: ଟିଏମସି…

କୋଲକାତା,୧୮।୬ : ରବିବାର ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମସି ଏମପି ମହୁଆ ମୋଇତ୍ର ଟୁଇଟ କରି କହିଛନ୍ତି, ମନ କି ବାତ ବହୁତ ହେଲା। ବର୍ତ୍ତମାନ ମଣିପୁର ବିଷୟରେ କହିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ମୁହଁ ଖୋଲିବା ଜରୁରୀ ହୋଇ ପଡ଼ିଛି।

ମଣିପୁର ହିଂସାକାଣ୍ଡରେ ଦଙ୍ଗାକାରୀମାନେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ରାସ୍ତାରେ ଗୋଦାମରେ ନିଆଁ ଲଗାଇବା ଏବଂ ରାସ୍ତାରେ ଟାୟାର ଜାଳିବା ପରେ ମାଓବାଦୀମାନେ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୧୫ରୁ ଅଧିକ ଥିବାବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Share